ପୁରାଣ ପୃଷ୍ଠାରେ ଲୁଚେ ଇତିହାସ,
ସଂସ୍କୃତି ବିହୀନ ହୁଏ ଜୀବନ,
ଭସ୍ମ ହୁଏ ଆତ୍ମା କାମନା ନିଆଁରେ,
ଆର୍ତ୍ତ କର ତ୍ରାଣ ଚକା ନୟନ ।
ମାୟାର ସଂସାରେ ନିର୍ମାଣ ବିନାଶ,
ତୁମ୍ଭର ଇଛାରେ ପ୍ରଭୁ ଚଳୁଛି ।
କି କାରଣେ କୁହ ମହାବାହୁ ଆଜି,
ଶଙ୍ଖ କ୍ଷେତ୍ରର ରୂପ ବଦଳୁଛି !
ସମ୍ଭଳିଛ ପ୍ରଭୁ ତିନି ଲୋକ ତୁମେ,
ଏହି ସତ୍ୟତା ନୁହଁଇ ଅଜଣା,
ତଥାପି ଦେଖିଣ ନରରଭୂମିକା,
ଭକ୍ତର ବୁଦ୍ଧି ହୁଏ ବାଟବଣା ।
ତୁମ ହାତେ ସାରା ସୃଷ୍ଟିର ସଞ୍ଚାର,
ନିମିତ୍ତ ମାତ୍ର ଶ୍ରୀକ୍ଷେତ୍ର ଅଗଣା,
ବିମୁଢ଼ ଭକତ ମୂକ ସାଜୁଅଛି,
ଏକା ତୁମ୍ଭକୁ ତୁମ୍ଭ ଲୀଳା ଜଣା ।।