ଦୁଇ ବର୍ଷ ପରେ ଦୁଲୁକିବ ଶ୍ରୀରାମଜୀଉ ରଙ୍ଗମଞ୍ଚ

ଶ୍ରୀ ରାମଲୀଳା ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଦୁଇବର୍ଷ ପରେ ଏଥର ପୁଣି ଥରେ ଦୁଲୁକିବ କଳାହାଣ୍ଡି ଜିଲ୍ଲା ମ.ରାମପୁର ପାଇକପଡ଼ାସ୍ଥିତ ଶ୍ରୀ ଶ୍ରୀ ରାମଜୀଉ ସାଂସ୍କୃତିକ ଅନୁଷ୍ଠାନର ଶ୍ରୀ ରାମଲୀଳା ନାଟକ । କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ହେଉଥିବା ବହୁଳ ଭାବରେ ଲୋକପ୍ରିୟତା ଲାଭ କରିଥିବା ଶ୍ରୀ ରାମଲୀଳା ଚଳିତ ବର୍ଷ ଆସନ୍ତା ଅଠର ତାରିଖରୁ କୋଡ଼ିଏ ତାରିଖ ତିନି ଦିନ ଧରି ହେବ ବୋଲି ସୂଚନା ମିଳିଛି । ଏହି ଅନୁଷ୍ଠାନର ସଭାପତି ପୂର୍ବତନ ମ.ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡା, ସଂପାଦକ ବୀରେନ୍ଦ୍ର ରଥ, ସାଂସ୍କୃତିକ ସଂପାଦକ ଜୟନ୍ତ ନାୟକ ଓ ଶ୍ରୀପତି ପଟ୍ଟନାୟକ ସମସ୍ତ ଦାୟିତ୍ୱ ସଂପାଦନ କରୁଥିବାବେଳେ ନାଟକର ରଚନା ଓ ନିର୍ଦ୍ଦେଶନା ଦାୟିତ୍ୱ ଅଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ମହେଶ୍ୱର ସାହୁ ଏବଂ କଣ୍ଠ ସଙ୍ଗୀତ ସନ୍ତୋଷ କୁମାର ଦୁବେ ବହନ କରିଛନ୍ତି । ପୂର୍ବ ବର୍ଷ ଗୁଡ଼ିକରେ ପ୍ରତି ରାତିରେ ହଜାର ହଜାର ଦର୍ଶକଙ୍କ ଦ୍ୱାରା ଏହି ଶ୍ରୀରାମଲୀଳା ଆଦୃତି ଲାଭ କରିଥିବାବଳେ ଜିଲ୍ଲା ତଥା ଜିଲ୍ଲା ବାହାରୁ ମଧ୍ୟ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହେଇଥାଏ । ଏଣୁ ଦୁଇ ବର୍ଷ ପରେ ହେଉଥିବା ଏହି ଶ୍ରୀରାମଲୀଳାକୁ ଦର୍ଶକେ ଆତୁରତା ସହ ଅପେକ୍ଷା କରିଥିବା ଜଣାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.