ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧିନ ଚପ୍ରିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ସ୍ବାସ୍ଥ୍ୟ ମେଳାର ସଂଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ୧୮ ରୁ ୨୨ ତାରିଖ ମଧ୍ୟରେ ହେବାକୁ ଥିବା ମାଗଣା ଚିକିତ୍ସା ଓ ମାଗଣା ଔଷଧ ବଣ୍ଟନ ପାଇଁ ସମସ୍ତଙ୍କ ଉପସ୍ଥିତିରେ ତାରିଖ ଓ ସ୍ଥାନ ଧାର୍ଯ୍ୟ କରାଗଲା । ଆସନ୍ତା ଅପ୍ରେଲ ୨୦ ତାରିଖରେ ଚପ୍ରିଆ ଠାରେ ମାଗଣାରେ ଚିକିତ୍ସା ଔଷଧ ବଣ୍ଟନ କରିବା ପାଇଁ ନିଷ୍ପତି ନେଇ ଘୋଷଣା କରାଗଲା । ଗୋଲାମୁଣ୍ଡା ବ୍ଲକର ୨୮ ଗୋଟି ଗ୍ରାମପଞ୍ଚାୟତର ଚିକିତ୍ସା ହେବା ପାଇଁ ଚାହୁଁଥିବା ସମସ୍ତେ ଚପ୍ରିଆଠାରେ ଉପସ୍ଥିତ ହୋଇ ମାଗଣା ଚିକିତ୍ସା ଓ ମାଗଣା ଔଷଧ ନେବା ପାଇଁ କୁହାଯାଇଛି । କାର୍ଯ୍ୟକ୍ରମର ଅଧ୍ୟକ୍ଷ ଭାବରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ, ଡାକ୍ତର ଖୁସିରାମ ସୁନା, ଡାକ୍ତର ଶରତ ମିଶ୍ର, ଡାକ୍ତର ସାରଦା ସ୍ବାଇଁ, ସିଡିପିଓ ପ୍ରେମାମଞ୍ଜରୀ ସାହୁ, ଅବନା ଭୋଇ, ଚପ୍ରିଆ ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ନରହରୀ ବାଗ ଓ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।