କପା ଚାଷ ବିଷୟରେ ଚାଷୀ ସଚେତନତା କର୍ମଶାଳା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଞ୍ଚଳର ଅଧିକାଂଶ ଗ୍ରାମ ଗୁଡିକର ଚାଷୀ ଅର୍ଥକାରୀ ଫସଲ କପା ଚାଷକୁ ବହୁଳ ଭାବରେ କରୁଥିବା ଦେଖିବାକୁ ମିଳିଥାଏ । ତେବେ ଅନ୍ୟଚାଷ ଅପେକ୍ଷା ଶ୍ୱେତ ସୁବର୍ଣ୍ଣ କୁହାଯାଉଥିବା କପା ଚାଷରେ ବହୁତ ରୋଗପୋକ ଲାଗିଥାଏ । ଫଳରେ ଚାଷୀ ବିଭିନ୍ନପ୍ରକାର ଦାମୀ ଔଷଧ ସିଞ୍ଚନ କରି ଅନେକ ଖର୍ଚ୍ଚାନ୍ତ ହୋଇଥାଏ ।

ଏଣୁ ନର୍ଲା କୃଷି ବିଭାଗ ତରଫରୁ ଗତ ପାଞ୍ଚ ଦିନ ଧରି କପା ଚାଷ ସମ୍ବନ୍ଧିତ କୃଷକ ସଚେତନତା କର୍ମଶାଳା ମାନ ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳୁଛି । ଏହି କ୍ରମରେ ନର୍ଲା ବ୍ଲକ୍ ଅଧିନସ୍ଥ ବାଗପୁର, ଭାନପୁର ଓ ଘୋଡାବନ୍ଦ ଗ୍ରାମ ପଞ୍ଚାୟତରେ ଚାଷୀ ମାନଙ୍କୁ ନେଇ ଉକ୍ତ ଗ୍ରାମ ପଞ୍ଚାୟତ ଗୁଡିକରେ କୃଷକ ସଚେତନତା କର୍ମଶାଳାମାନ ଅନୁଷ୍ଠିତ ହୋଇଯାଇଛି ।

ଏହି ସଚେତନତା କର୍ମଶାଳା ନର୍ଲା ଗୋଷ୍ଠି କୃଷି ଅଧିକାରୀ ରଜତ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବାଗପୁର ଏଓ ପରାସର ନାଏକ, ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର, ଘୋଡାବନ୍ଧ ଗ୍ରାମ୍ୟ କୃଷି କର୍ମଚାରୀ ସୁରଜିତ ସିଂ ମାଝୀ ପ୍ରମୁଖ ଉପସ୍ଥିତ ରହି ଚାଷୀ ମାନଙ୍କୁ କପାଚାଷ ଆରମ୍ଭରୁ ଲାଗୁଥିବା ବିଭିନ୍ନ ରୋଗପୋକର ନିରାକରଣ, କପା ଅମଳ ଓ ମଣ୍ଡିରେ ବିକ୍ରୟ ପର୍ଯ୍ୟନ୍ତ କିଭଳି ଓ କେଉଁ ପଦ୍ଧତିରେ ଚାଷ କରାଗଲେ ଚାଷୀ କପା ଚାଷରେ ସଫଳତା ଲାଭ କରିବା ସହିତ କମ୍ ଖର୍ଚ୍ଚାନ୍ତରେ ବିଶେଷ ଲାଭବାନ ହୋଇପାରିବେ ସେ ବିଷୟରେ କର୍ମଶାଳା ଗୁଡିକରେ ବିଭିନ୍ନ ଗ୍ରାମର କପା ଚାଷୀଙ୍କୁ କପା ଚାଷର କୌଶଳ ବୁଝେଇବା ସହିତ ସଚେତନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.