ନର୍ଲାରେ ରେଞ୍ଜ ଅଫିସ୍ ନିର୍ମାଣରେ ବିଳମ୍ବ କାହିଁକି ?

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମ.ରାମପୁରରେ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ହୋଇଗଲାଣି ରହିଛି ଜଙ୍ଗଲ ବିଭାଗର ନର୍ଲା ର ରେଞ୍ଜ ଅଫିସ୍ । ନର୍ଲାରୁ ୨୬ କି.ମି. ଦୂର ମ.ରାମପୁରରେ ନର୍ଲା ର ରେଞ୍ଜ୍ ଅଫିସ୍ ରହୁଥିବା ବେଳେ ବିଭିନ୍ନ କାମ ନେଇ ନର୍ଲାର ଜନସାଧାରଣ ଧାଇଁଥାନ୍ତି ମ.ରାମପୁରକୁ । ବିଭାଗୀୟ ରେଞ୍ଜ୍ ଅଧିକାରୀ (ରେଞ୍ଜର୍)ଙ୍କୁ କୌଣସୀ କାମନେଇ ଭେଟିବାକୁ ହେଲେ ସୁଦୁର ମ.ରାମପୁରକୁ ଯିବାକୁ ପଡିଥାଏ । ସରକାରଙ୍କର ଏହି ନିଷ୍ପତିକୁ ଏଠାକାର ଜନସାଧାରଣ କଟାକ୍ଷ କରି କୁହନ୍ତି ସରକାରଙ୍କର ଏହା “ବିଚିତ୍ର ନୀତି ବୋଲି” । ମିଳିତ ଭାବରେ ମଧ୍ୟ ନୁହଁ ଅଲଗା ଅଲଗା ଭାବରେ ପାଖାପାଖି ନର୍ଲା ଓ ମ.ରାମପୁର ର ଏଭଳି ଭିନ୍ନ ଭିନ୍ନ ଦୁଇଟି ରେଞ୍ଜ୍ ଅଫିସ୍ ଚାଲିଛି ମ.ରାମପୁରରେ । ନର୍ଲାରେ କେବଳ ଗୋଟିଏ ଫରେଷ୍ଟ କ୍ୱାଟର୍ସ ରହିଛି । ନର୍ଲା ଫରେଷ୍ଟର ନର୍ଲାରେ ରହି ରେଞ୍ଜ୍ କଥା ମଧ୍ୟ ବୁଝୁଥିବା ଜଣାପଡିଛି । ୬/୭ ଜଣ ଠିକା କର୍ମଚାରୀ ମଧ୍ୟ ଫରେଷ୍ଟ ଅଫିସ୍ ରେ ରହି କାମ କରୁଥିବା ଜଣାପଡିଛି । ବର୍ଷକୁ ଥରେ ଦୁଇଥର ନର୍ଲା କାଁଭାଁ ଆସିଥାନ୍ତି ରେଞ୍ଜର ମହାଶୟ । ନର୍ଲାର ଅଧିକାଂଶ ଲୋକ ନର୍ଲା ରେଞ୍ଜରଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମଧ୍ୟ ଆଜିଯାଏଁ ପ୍ରାପ୍ତ ହୋଇପାରିନାହିଁ । ସରକାରଙ୍କର ନୂଆ ଢାଞ୍ଚାରେ ପୁରୁଣା ରେଞ୍ଜ୍ ଅଫିସ୍ କୁ ଭାଙ୍ଗି ୮୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନୂଆ ରେଞ୍ଜ୍ ଅଫିସ୍ ଗୁଡିକ ନିର୍ମାଣ କରାଯିବାର ନିର୍ଦ୍ଦେଶ ନାମା ସହ ଟଙ୍କା ବି ଗ୍ରାଣ୍ଟ ହୋଇସାରିଛି । ଏହିକ୍ରମରେ ମ.ରାମପୁରରେ ନର୍ଲା ଓ ମ.ରାମପୁର ର ଏଭଳି ଦୁଇଗୋଟି ନୂତନ ରେଞ୍ଜ୍ ଅଫିସ୍ ଭବନ ନିର୍ମାଣ ହେବାପାଇଁ ନକ୍ସା ମଧ୍ୟ ପ୍ରସ୍ତୁତି ହୋଇ ସାରିଥିଲା ବୋଲି ଖବର ମିଳିବା ପରେ ନର୍ଲାର ତତ୍କାଳୀନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ ଡିଏଫ୍ଓ ନିତିଶ କୁମାର ଶର୍ମାଙ୍କୁ ଭେଟିବା ପାଇଁ ଭବାନୀପାଟଣା ସ୍ଥିତ ତାଙ୍କ ଅଫିସ୍ କୁ ଯାଇ ନର୍ଲାର ଅଫିସ୍ ମ.ରାମପୁରରେ ତ ଯେତେ ଦିନ ରହିବା କଥା ରହିଲାଣି । ଏଣୁ ଏଣିକି ନର୍ଲା ର ରେଞ୍ଜ୍ ଅଫିସ୍ ର ନୂଆ ଅଫିସ୍ ଭବନ ନର୍ଲାରେ ହିଁ ନିର୍ମାଣ କରାଯାଉ ବୋଲି ପ୍ରସ୍ତାବ ଦେବା ସହ ନର୍ଲା ଅଞ୍ଚଳବାସୀଙ୍କ ତରଫରୁ ଏଜ ଲିଖିତ ଅନୁରୋଧ ପତ୍ର ପ୍ରଦାନ କରିଥିଲେ । ହେଲେ ଆଶ୍ଚର୍ଯ୍ୟର ବିଷୟ ଏତିକିତେ ମଧ୍ୟ ତତ୍କାଳୀନ ଡିଏଫ୍ଓ (ଉତ୍ତର) ଶ୍ରୀ ଶର୍ମା ତାଙ୍କ ଯୁକ୍ତିରେ କହିଥିଲେ ନର୍ଲାର ଘଞ୍ଚ ୭୦ ଭାଗ ଜଙ୍ଗକ ମ.ରାମପୁର ବ୍ଲକ୍ ରେ ରହିଥିବାରୁ ମାଫିଆ ମାନଙ୍କ ଦ୍ୱାରା ଜଙ୍ଗଲ ଦ୍ରବ୍ୟ ବିଶେଷ କରି କାଠ ଚୋରୀ କିମ୍ବା ଜଙ୍ଗଲୀ ଜନ୍ତୁ ପ୍ରଭୃତିର ଶିକାର ହେଲେ ଖବର ପାଇ ମ.ରାମପୁର ରେ ରହିଥିବା ଷ୍ଟାଫ୍ ହିଁ ଶୀଘ୍ର ପହଂଚି ପାରିବେ କାରଣ ମ.ରାମପୁର କୁ ବାରବନ୍ଧା ଜଙ୍ଗଲ ଅଞ୍ଚଳ ନିକଟତ୍ତର ହେଉଥିବା କହିଥିଲେ । ଏଭଳି ବିଭିନ୍ନ ବାହାନା ଦର୍ଶାଇ ନର୍ଲା ରେ ରେଞ୍ଜ ଅଫିସ ନିର୍ମାଣ କୁ ଟାଳଟୁଳ ନୀତିରେ ବିଭାଗ ସମୟ ଗଡାଇ ଚାଲିଥିବା କୁହାଯାଉଛି । ଏହାପରେ ଗତ ବର୍ଷ ନର୍ଲାରେ ରେଞ୍ଜ ଅଫିସ୍ ନିର୍ମାଣ ନିମନ୍ତେ ପ୍ରୟାସ ଆରମ୍ଭ ହେଲା । ସମସ୍ତ ଜନସାଧାରଣଙ୍କ ଦାବୀକୁ ଆଧାର କରି ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ଶିଶୁ ମନ୍ଦିର ଛକ ପାଣି ଟାଙ୍କି ନିକଟରେ ୩୦ ଡିସିମିଲ ସରକାରୀ ଜମି ମଧ୍ୟ ଚିହ୍ନଟ କରି ନର୍ଲା ରେଞ୍ଜ ଅଫିସ୍ ନିର୍ମାଣ ପାଇଁ ସ୍ୱିକୃତି ପ୍ରଦାନ କରିଥିବା ଜଣାପଡିଛି । ନର୍ଲାରେ ରେଞ୍ଜ ଅଫିସ୍ ନିର୍ମାଣ ନିମନ୍ତେ ଦୀର୍ଘ ଦିନରୁ ଟଙ୍କା ଆସି ଜମା ରହିଥିବା ବେଳେ ନର୍ଲାରେ ଅଫିସ୍ ନିର୍ମାଣ ନିମନ୍ତେ ଜାଗା ମଧ୍ୟ ପ୍ରଦାନ କରାଯାଇଛି । ହେଲେ ଅନେକ ଦିନରୁ ଏହି ସବୁ ପାରିପାଶ୍ୱିର୍କ ପ୍ରକ୍ରୀୟା ସରିଯାଇଥିବା ବେଳେ କେଉଁ କାରଣରୁ ନର୍ଲାରେ ରେଞ୍ଜ ଅଫିସ୍ ନିର୍ମାଣ ନିମନ୍ତେ ବିଳମ୍ବ ହେଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବିଭାଗୀୟ ଅଧିକାରୀ କହିବେକି ନର୍ଲା ରେ କେବେ ନିର୍ମାଣ କରାଯିବ ରେଞ୍ଜ ଅଫିସ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବୀ ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.