ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପ୍ରଚଣ୍ଡ ଖରା ଯୋଗୁଁ ଏବେ ଜଙ୍ଗଲରେ ଖାଦ୍ୟର ଅଭାବ ସାଙ୍ଗକୁ ଜଙ୍ଗଲରେ ନିଆଁ ଲାଗୁଥିବା କାରଣରୁ ଗାଁ ମୁହାଁ ହୋଇଛି ଭାଲୁ । କୋକସରା ବ୍ଲକ ଝରିଆଗୁଡା ଚାଷଜମି ନିକଟରେ ଏକ ଭାଲୁ ବିଚରଣ କରୁଥିବା ଦେଖିବାକୁ ମିଲିଛି । ଗାଁ ନିକଟରେ ଭାଲୁ ଥିବା ଦେଖି ଆଖ ପାଖ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଏ ନେଇ ଗ୍ରାମବାସୀ ବେହେରା ଫରେଷ୍ଟରଙ୍କୁ ଖବର ଦେବାପରେ ଫରେଷ୍ଟ କର୍ମଚାରୀ ପହଞ୍ଚି ଭାଲୁର ଗତିବିଧି ଉପରେ ନଜର ରଖିଛନ୍ତି । ଭାଲୁ ଗାଁ ନିକଟରେ ଥିବା କାଜୁ ବଗିଚା ମଧ୍ୟରେ ରହିଛି । ବେହେରା ଫରେଷ୍ଟର ଫାଲଗୁନି ମେହେରଙ୍କୁ ପଚାରିବାରୁ ସକାଳ ହେବାରୁ ଭାଲୁ କୁଆଡେ ଯାଇ ନପାରି ରହିଯାଇଛି, ଆମେ ତାର ଗତିବିଧି ଉପରେ ନଜର ରଖିଛୁ ବୋଲି କହିଛନ୍ତି ।