ସାନଚେରଗାଁ ଆଞ୍ଚଳିକ ବସ୍ତରେଣି ମହାବିଦ୍ୟାଳୟଠାରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ସାନଚେରଗାଁ ଆଞ୍ଚଳିକ ବସ୍ତରେଣି ମହାବିଦ୍ୟାଳୟଠାରେ ଅଷ୍ଟଦିବସୀୟ ଆତ୍ମା ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇ ଯାଇଛି । ଉକ୍ତ ଉଦଯାପନି ସଭାରେ ଅଧ୍ୟକ୍ଷ ତ୍ରିଲୋଚନ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୂଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ନୋଡାଲ ଅଧିକାରୀ ଗୋଲାମୁଣ୍ଡା ସର୍ବମଙ୍ଗଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଜୟନ୍ତ ଜେନା, ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ସଂଯୋଜକ ଗୋଲାମୁଣ୍ଡା ସର୍ବମଙ୍ଗଳା ମହାବିଦ୍ୟାଳୟର ଅଧ୍ୟାପକ ଶାନ୍ତନୁ କୁମାର ପରିଡା , ଅନ୍ୟତମ ସମ୍ମାନୀତ ଅତିଥି ଭାବେ କେଗାଁ ସରପଞ୍ଚ ଅମୃତା ବଚ୍ଛା ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ଓଡ଼ିଆ ବିଭାଗର ବରିଷ୍ଠ ଅଧ୍ୟାପକ ରଞ୍ଜନ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ରାଜନୀତି ବିଜ୍ଞାନ ଅଧ୍ୟାପକ ଅଗସ୍ତି ସୁନାନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ତଥା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।। କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରିଥିବା ବେଳେ ଅତିଥି ତଥା ତାଲିମ ପ୍ରଦାନକାରୀଙ୍କୁ ଅନୁଷ୍ଠାନ ତରଫରୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଅନୁଷ୍ଠାନର ବରିଷ୍ଠ ଅଧ୍ୟାପନ କେଶବଲାଲ ସାହୁ, ଅରବିନ୍ଦ ମୁଣ୍ଡ, ଶିଶିର ସାହୁ ସମେତ ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.