ଜୟପୁର ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଜୁନିୟର ରେଡ଼କ୍ରସ ଶାଖା ତରଫରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ସିମାଞ୍ଚଳ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଭାତ କୁମାର ରଥ, ବିଶ୍ୱ ରଞ୍ଜନ ଗୌଡ଼, ରେଡ଼କ୍ରସ ପରାମର୍ଶଦାତା ସୁଜିତ କୁମାର ନାୟକ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟ ରକ୍ଷାର ବିଭିନ୍ନ କୌଶଳ ଉପରେ ମାର୍ଗଦର୍ଶନ କରାଇଥିଲେ ।ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ତଥା ରେଡ଼କ୍ରସର ଆଜୀବନ ସଦସ୍ୟ ଯଜ୍ଞେଶ୍ବର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ହାତଧୁଆ କୌଶଳ ଓ କେତୋଟି ପ୍ରାଥମିକ ଚିକିତ୍ସା କୌଶଳ ଛାତ୍ରଛାତ୍ରୀମାନଙ୍କ ଆଗରେ ପ୍ରଦର୍ଶନ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମିଶ୍ର ଛାତ୍ରଛାତ୍ରୀମାନେ ସର୍ବଦା ସ୍ୱାସ୍ଥ୍ୟ ସଚେତନ ରହିବା ପାଇଁ ପରାମର୍ଶ ଦେଇଥିଲେ।ଛାତ୍ରଛାତ୍ରୀମାନେ ମଧ୍ୟ ସ୍ୱାସ୍ଥ୍ୟ ରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ରେଡ଼କ୍ରସ ପରାମର୍ଶଦାତ୍ରୀ ଶୁଭସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ବିଦ୍ୟାଳୟର ଶିକ୍ଷକ ଭଗବାନ ସାବତ, ଦୁର୍ଗା ପ୍ରସାଦ ପାତ୍ରଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.