ଅନକାବେଡାରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା

ଓଡ଼ିଆ ବାର୍ତ୍ତା/ ଚନ୍ଦାହାଣ୍ଡି (କାମିନୀ ରଞ୍ଜନ ପାଣ୍ଡେ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ପଞ୍ଚାୟତ ଠାରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଝରିଗାଁ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ମାଝୀ, ବିଡିଓ ଧର୍ମରାଜ ମାଝୀ, ଅତିରିକ୍ତ ତହସିଲ ଦାର ଧର୍ମରାଜ ମାଝୀ, ବ୍ଲକ ଅଧ୍ଯକ୍ଷା ସୁମିତ୍ରା ପୂଜାରୀ, ବ୍ଲକ ଉପାଧ୍ୟକ୍ଷ ବାସୁଦେବ ଗୌଡ଼, ଜିଲ୍ଲା ପରିଷଦ ସଭ୍ୟା ବର୍ଷାରାଣୀ ପଟେଲ, ଜିଲ୍ଲା ପରିଷଦ ସଭ୍ୟା କେତକୀମଲ୍ଲି ଗୌଡ଼, ଜିଲ୍ଲା ସଂଯୋଜକ ପ୍ରମୋଦ ପାଢି, ଚନ୍ଦାହାଣ୍ଡି ବ୍ଲକର ସମସ୍ତ ସମିତି ସଭ୍ୟ ଏବଂ ସରପଞ୍ଚ ମଞ୍ଚାସୀନ ଥିଲେ । ଚନ୍ଦାହାଣ୍ଡି ଥାନା ଅଧିକାରୀ ପରମାନନ୍ଦ ସୁନାନିଙ୍କ ନେତୃତ୍ୱରେ ଥାନା କର୍ମଚାରୀ ମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଶିଶୁ ବିଶେଷଜ୍ଞ ଡାକ୍ତର ସନ୍ତୋଷ ପଣ୍ଡା, ସ୍ତ୍ରୀ ଓ ପ୍ରସ୍ତୁତି ବିଶେଷଜ୍ଞ ଡାକ୍ତର ସୁମନ୍ତ କୁମାର ରାହୁଲ, ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସଂଗ୍ରାମ କେଶରୀ ସାହୁ, ମାନସ ପୁରୋହିତ, ପିର ପ୍ରସାଦ କବି ଶତପଥୀ, ସୌମ୍ୟ ରଞ୍ଜନ ସାହୁ, ଆୟୁଷ ଡାକ୍ତର ବସନ୍ତ କୁମାର ଷଡ଼ଙ୍ଗୀ, ରାଜେନ୍ଦ୍ର କୁମାର ମେହେର, ଶ୍ରୀନିବାସ ନାୟକ ମିଶ୍ର ପ୍ରମୁଖ ଉପସ୍ଥିତ ରହି ୮ ଶହରୁ ଉର୍ଦ୍ଧ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସେହିପରି ମାଗଣା ଔଷଧ ବି ପ୍ରଦାନ କରାଯାଇଥିଲା । ଏହି ଅବସରରେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଉକ୍ତ ଶିବିରରେ ମୋଟ ୧୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ସ୍ଥାନୀୟ ଯୁବକ ମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସଂଗ୍ରାମ କେଶରୀ ସାହୁଙ୍କ ନେତୃତ୍ୱରେ ବିପିଓ ସୁଦୀପ୍ତ କୁମାର ରାଉତ, ପିଏଚଓ ବାହାମଣି ହେମ୍ରମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସେହିପରି ମେଡିକାଲ ସୁପର ଭାଇଜର ପତି ବାବୁ, ବ୍ରହ୍ମା ବାବୁ, ଭରତ ବାବୁ, ପ୍ରେମଲାଲ ପାଣ୍ଡେ ପ୍ରମୁଖ ସମସ୍ତ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ଏବଂ ମେଡିକାଲ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.