ଗ୍ରାମଦେବତୀ ସ୍ଥାପନର ବିଶେଷତ୍ବ ଉପରେ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକଙ୍କ ମାର୍ଗଦର୍ଶନ

• ପୌରାଣିକ ପରିଷଦ ପକ୍ଷରୁ ‘ଗ୍ରାମରେ ଗ୍ରାମଦେବତୀ ସ୍ଥାପନର ବିଶେଷତ୍ବ’ ଆଧାରିତ ପ୍ରଶ୍ନ ଉତ୍ତର ସମୀକ୍ଷା ପର୍ବ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ଅନୁଗୋଳର ପ୍ରତିଷ୍ଠିତ ପୌରାଣିକ ପରିଷଦ ପକ୍ଷରୁ ସମୀକ୍ଷକ ଭୂମିକାରେ ତ୍ରିନାଥ ପଟ୍ଟନାୟକଙ୍କ ଦ୍ବାରା ସାମାଜିକ ନିଦର୍ଶନ ଉପନୀତ ଆଧାରିତ ପ୍ରସଙ୍ଗ ‘ଗ୍ରାମରେ ଗ୍ରାମଦେବତୀ ସ୍ଥାପନର ବିଶେଷତ୍ବ’ ଆଧାରିତ ପ୍ରଶ୍ନ ଉତ୍ତର ଏକ ସମୀକ୍ଷା ପର୍ବ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ସମୀକ୍ଷା ପର୍ବରେ ପୌରାଣିକ ପରିଷଦର ସଦସ୍ୟ ଗଣ ଉପସ୍ଥିତ ରହି ପ୍ରସଙ୍ଗ ଆଧାରିତ ନିଜ ନିଜ ଉପସ୍ଥାପନା ପ୍ରଦାନ କରିଥିଲେ । ସାରଳା ଦାସ ମୂର୍ତ୍ତି ମାନଙ୍କର ଭଗ୍ନ ଅବସ୍ଥାକୁ ବହୁ ଚମତ୍କାର ଭାବରେ ପୌରାଣିକ ଆଖ୍ୟା ଦେବା ସହ ସୁନ୍ଦର ଭାବରେ ତାଙ୍କ ୬୪ ଯୋଗିନୀଙ୍କ ସହ ଗ୍ରାମଦେବୀଙ୍କ ନାମକୁ ମଧ୍ୟ ଉଲ୍ଲେଖ କରିଛନ୍ତି ଯାହା ଆଜି ପ୍ରତ୍ୟେକ ଗ୍ରାମରେ ଦେଖିବାକୁ ମିଳୁଅଛି ଯେପରିକି ଡାକିନୀ, ମହେଶ୍ୱରୀ, କାଳୀ, ମୁତ୍ୟାଲୁମାଁ, ତାରାତାରିଣୀ ଇତ୍ୟାଦି ଅନେକ… । ଆଦିକବି ସରଳା ଦାସ ତାଙ୍କ ଚଣ୍ଡୀପୁରାଣରେ ଏବଂ ଜଗନ୍ନାଥ ଦାସ ତାଙ୍କ ୧୦ ମ ସ୍କନ୍ଦ ୩ୟ ଅଧ୍ୟାୟରେ ଏହିଭଳି ଅନେକ ଦେବୀଙ୍କ ନାମ ଦେଇଛନ୍ତି । ଭଗବାନ ବିଷ୍ଣୁ ଏବଂ ଦୁର୍ଗା ଦେବୀମାନଙ୍କୁ ଗ୍ରାମ ମାନଙ୍କରେ ରହି ପୂଜା ପାଇବା ପାଇଁ ନିର୍ଦେଶ ଦେଇଥିବା ପୁରାଣରେ ଉଲ୍ଲେଖ ଅଛି । ସେହି ଦିନଠୁ ଗ୍ରାମ ମାନଙ୍କରେ ସେମାନେ ପୂଜା ପାଇ ଆସୁଛନ୍ତି ।ଏହାର ଏକ ସାମାଜିକ ଏବଂ ସାଂସ୍କୃତିକ ମହତ୍ୱ ମଧ୍ୟ ରହିଥିବା ସମୀକ୍ଷକ ତ୍ରିନାଥ ପଟ୍ଟନାୟକ ନିଜ ମତ ପୋଷଣ କରିଥିଲେ । ଏହି ସମୀକ୍ଷା ପର୍ବରେ ଭାଗ ନେଇଥିବା ପରିଷଦର ସଦସ୍ୟଙ୍କ ମଧ୍ୟରେ ସ୍ଵର୍ଣ୍ଣପ୍ରଭା ପ୍ରଧାନ, ଅନୁପମା ପ୍ରଧାନ, ରୀତା ଅପରାଜିତା ମହାନ୍ତି, ଗୌତମ ନାଏକ, ଜସ୍ମିନ ବାରିକ, ପୁଷ୍ପଶ୍ରୀ ଶତପଥୀ, ପଦ୍ମାବତୀ ମିଶ୍ର, ବିଜୟ ଲକ୍ଷ୍ମୀ ତାରେନିଆ, ତ୍ରିନାଥ ଗଡ଼ନାୟକ, ଶ୍ୟାମା ପ୍ରସାଦ ବୋଷ, ସଂଯୁକ୍ତା ନାଥ, ଜିତେନ୍ଦ୍ର ଗଡ଼ନାୟକ, ବାୟକ୍ ଦୁଷ୍ମନ୍ତ ନାଏକ, କିଶୋର ବେହେରା, ବବୁନ ବେହେରା, ଆଶୁତୋଷ ଠାକୁର, ତନ୍ମୟ କବି ଉପସ୍ଥିତ ରହି ନିଜ ନିଜ ପ୍ରସଙ୍ଗ ଆଧାରିତ ମତ ରଖିଥିଲେ ।ପରିଶେଷରେ ସମୀକ୍ଷା ପର୍ବରେ ଦାୟିତ୍ୱ ଗ୍ରହଣ କରିଥିବା ତ୍ରିନାଥ ପଟ୍ଟନାୟକଙ୍କ ସମେତ ଅଂଶ ଗ୍ରହଣକାରୀ ସଭ୍ୟ ସଭ୍ୟାମାନଙ୍କୁ ପରିଷଦର ସମ୍ପାଦକ ରଞ୍ଜନ ଭୁକ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.