ରାୟଗଡା ଜିଲ୍ଳା କଲ୍ୟାଣ ବିଭାଗ ହଷ୍ଟେଲରେ ପଶିଲା କରୋନା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା କଲ୍ୟାଣ ବିଭାଗ ଅଧିନସ୍ଥ ଜିଲ୍ଳା ସଦର ମହକୁମା ଉପକଣ୍ଠ କୋଟଲାଗୁଡା ସ୍ଥିତ ଅନ୍ୱେଷା ହଷ୍ଟେଲ ବ୍ଳକ-୧ରେ ରହୁଥିବା ୪୪ଜଣ ଏବଂ ବିଷମକଟକ ବ୍ଳକ ହାଟମୁନିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦ଜଣଙ୍କୁ ମିଶାଇ ମୋଟ ୬୪ଜଣ ଅନ୍ତେବାସୀଙ୍କ ନମୂନାରେ ପଜିଟିଭ୍ ରିପୋର୍ଟ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହଷ୍ଟେଲଗୁଡିକୁ ସୂଚନା ପ୍ରଦାନ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜି ରାୟଗଡା ଜିଲ୍ଳା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି ଅନ୍ୱେଷା ହଷ୍ଟେଲକୁ ଗସ୍ତ କରି ଆକ୍ରାନ୍ତ ପିଲାମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଂର୍ପକରେ ଅନୁଧ୍ୟାନ କରିବା ସହ ପିଲାମାନଙ୍କୁ ସାବଧାନତା ଅବଲମ୍ବନ କରିବା ସହ ଔଷଧ, ଗରମ ଖାଦ୍ୟ, ସଫା ସୁତୁରା ରଖିବା ଭଳି ହଷ୍ଟେଲ କର୍ତୁପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଳାର କିଶୋର କିଶୋରୀ, ବୟସ୍କମାନଙ୍କ କ୍ଷେତ୍ରରେ କରୋନା ବିରୁଦ୍ଧରେ ପ୍ରତିଷେଧକ ଟୀକାକରଣ ପ୍ରଦାନ କରାଯାଉଥିବା ବେଳେ ଶିଶୁମାନଙ୍କ କ୍ଷେତ୍ରରେ ଟୀକା ବ୍ୟବସ୍ଥା କରାଯାଇ ନ ଥିବାରୁ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗର ଆରଆରଟି ଟିମ୍ ପକ୍ଷରୁ କଲ୍ୟାଣ ବିଭାଗ ଅଧିନସ୍ଥ ବିଭିନ୍ନ ହଷ୍ଟେଲଗୁଡିକରେ ରହୁଥିବା କୋମଳମତି ପିଲାମାନଙ୍କୁ ଆଟିପିସିଆର ଟେଷ୍ଟ କରାଯାଉଛି । ଏହି ପରିପ୍ରେକ୍ଷୀରେ ଅନ୍ୱେଷା ହଷ୍ଟେଲ ରହୁଥିବା ବ୍ଳକ-୧ର ୪୪ଜଣ ପିଲାଙ୍କ ନମୂନାରୁ ପିଜିଟିଭ୍ ଚିହ୍ନଟ ହୋଇଛି । ତେବେ ପିଲାଙ୍କ କ୍ଷେତ୍ରରେ କୈାଣସି ଜ୍ୱର, କାଶ, ଥଣ୍ଡା ଭଳି କୈାଣସି ଲକ୍ଷଣ ଦେଖାଯାଉ ନ ଥିବା ବେଳେ ସଂକ୍ରମଣ ବ୍ୟାପିବା ଆଶଙ୍କା କରାଯାଇ ସମସ୍ତ ପ୍ରକାର ପ୍ରାକ୍ ସାବଧାନତାକୁ ଗୁରୁତର ସହ ନିଆଯାଇଛି ।

Udyog Nursery
Udyogi Nursery

ଅନ୍ୱେଷା ହଷ୍ଟେଲରେ ଅନ୍ତେବାସୀ ଭାବେ ରହି ରାୟଗଡା ସହରରେ ଥିବା ଦୀପ୍ତି କନଭେଂଟ, ଓଡିଶା ଷ୍ଟେଟ୍ ବ୍ରିଗେଡିୟର, ଡ୍ରିମ ଇଣ୍ଡିଆ, ବିଘ୍ନାନ ବିଦ୍ୟାଳୟ, ସେକ୍ରେଡ୍ ହାର୍ଟ ସ୍କୁଲ, ବଚପନ ଏକାଡେମୀକ୍‌, ପ୍ରେରଣା ଓ ସେଂଟ ଜାଭିୟର ଆଦି ୮ଟି ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ତେବେ ୪୪ଜଣ ଅନ୍ତେବାସୀଙ୍କ ପଜିଟିଭ୍ ରିପୋର୍ଟକୁ ନେଇ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଲାଲମୋହନ ରାଏ ଭୁବନେଶ୍ୱରକୁ ରିପୋର୍ଟ ପଠାଯାଇଥିବା ବେଳେ ଆସନ୍ତା ସୋମବାର ଦିନ ଏହାର ସଠିକ୍ ରିପୋର୍ଟ ଆସିଲେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅବଗତ କରାଇବି ବୋଲି କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.