ଉତ୍କଳ ବିକାଶ ପରିଷଦ ପକ୍ଷରୁ କିଶନନଗରରେ ଜଳଛତ୍ର ସେବା

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ସଭାପତି ସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆହ୍ବାନ କ୍ରମେ କିଶନନଗର ଶନି ମନ୍ଦିର ପ୍ରାଙ୍ଗଣରେ ବିଶାଳ ଏକ ଦିବସିୟ ଜଳଛତ୍ର ସେବା କାର୍ଯ୍ୟକ୍ରମ ପାଖାପାଖି ୩୫୦୦ ରୁ ୪୦୦୦ ଲୋକଙ୍କ ପାଇଁ ଆୟୋଜନ କରାଯାଇଛି ।

ପରିଷଦ ପକ୍ଷରୁ ଆଲୋକ ମଣ୍ଡଳ, ବାବୁଲି ସେଠୀ, ଯାମିନୀ ମୋହନ ସାହୁ, ତାପସ ମଣ୍ଡଳ, ଶୁଭକାନ୍ତ ସେଠୀ, ପିଣ୍ଟୁ ମଣ୍ଡଳ, ଚନ୍ଦନ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ସଦର ବ୍ଲକର ବିଭିନ୍ନ ଅଂଚଳରେ ପ୍ରଚଣ୍ଡ ରୌଦ୍ରତାପକୁ ଆଖିଆଗରେ ରଖି ଜଳଛତ୍ର ସେବା କାର୍ଯ୍ୟକ୍ରମକୁ ତ୍ଵରାନିତ କରିବାକୁ କାର୍ଯ୍ୟକର୍ତ୍ତା ବର୍ଗଙ୍କୁ ସଭାପତି ନିବେଦନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.