ଧର୍ମପରାୟଣ ମହିଳା ଜମ୍ବୁବତୀ ଧଙ୍ଗଡାମାଝୀଙ୍କ ଏକଦଶାହ ଦିବସରେ ଶୋକ ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢିପଦର ଠାରେ ଧର୍ମପରାୟଣା ମହିଳା ଜମ୍ବୁବତୀ ଧଙ୍ଗଡାମାଝୀଙ୍କ ଏକଦଶାହ ଦିବସରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ଉପଖଣ୍ଡ ଯାଦବ ମହାସଭାର ପୂର୍ବତନ ସଭାପତି ଟଙ୍କଧର ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଶୋକସଭାରେ କାଣ୍ଡେଲ ଆଞ୍ଚଳିକ ଯାଦବ ସମିତି ସଭାପତି ଗଦନ ରାଉତ, ବଲାଙ୍ଗୀର ଯାଦବ ମହାସଭାର ମଦନ ମୋହନ ବଗର୍ତ୍ତି, ଚିନ୍ତାମଣି ଚନ୍ଦନ, ଜଲନ୍ଧର ହେର୍ଣ୍ଣା, ସୁବାସ ବିଶି, ଶିକ୍ଷାବିତ ଅଖିଳ ଚନ୍ଦ୍ର ରାଉତ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଧଙ୍ଗଡାମାଝୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ବର୍ଗତ ଜମ୍ବୁବତୀଙ୍କ ସ୍ମୃତି ଚାରଣ କରିଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ସ୍ବର୍ଗତ ଜମ୍ବୁବତୀ ଦେବଗିରି ମଠର ପୂର୍ବତନ ଟ୍ରଷ୍ଟିକ ସ୍ବର୍ଗତ କାହ୍ନୁ ଚରଣ ଧଙ୍ଗଡାମାଝୀଙ୍କ ଧର୍ମପତ୍ନୀ ଭାବରେ ମଠର ସେବା କାର୍ଯ୍ୟରେ ୧୯୭୦ ମସିହାରୁ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଜଡ଼ିତ ଥିଲେ। ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ ସଭା ପରିଚାଳନା କରିଥିବାବେଳେ ବନ୍ଧୁ ଓ ପରିବାରବର୍ଗଙ୍କ ସମେତ ସ୍ବର୍ଗତ ଜମ୍ବୁବତୀ ଧଙ୍ଗଡାମାଝୀଙ୍କ ଦୁଇ ପୁଅ ପ୍ରଦୀପ ଓ ଧର୍ମେନ୍ଦ୍ର ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.