ଚାଞ୍ଚେର ଗ୍ରାମରେ ଗ୍ରାମ ସଫେଇ ଓ ସଚେତନତା ଅଭିଯାନ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଗ୍ରାମ୍ୟ ପରିବେଶକୁ ସ୍ୱଚ୍ଛ ସୁନ୍ଦର ରଖିବାପାଇଁ ସରକାରୀ ସ୍ତରରେ ପ୍ରୟୋସ ଜାରି ରହିଛି। ଏହାକୁ ବିଭିନ୍ନ ମହଲରୁ ସହଯୋଗ କରାଯାଉଛି। ଏହି କ୍ରମରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ଚାଞ୍ଚେର ଗ୍ରାମ ପଞ୍ଚାୟତ ପକ୍ଷରୁ ଏକ ଗ୍ରାମ ସଫେଇ ଓ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲମ୍ବୋଧର ଧାରୁଆଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସରରେ ଗ୍ରାମ ପଞ୍ଚାୟତର ବିଭିନ୍ନ ସମସ୍ୟା ତଥା ପାନୀୟଜଳ ଉପରେ ପ୍ରଥମେ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ଗ୍ରାମକୁ ପାନୀୟଜଳ ଟ୍ୟାଙ୍କର ମାଧ୍ୟମରେ ଯୋଗାଇ ଦେବା ସହିତ ଦୁଇଟି ନଳକୂପ ଖନନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସଫେଇ, ପ୍ଲାଷ୍ଟିକ ବର୍ଜନ, ବର୍ଜ୍ୟବସ୍ତୁ ନିରାକରଣ ପାଇଁ ଚାଞ୍ଚେର ଗ୍ରାମ ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା। ପ୍ଲାଷ୍ଟିକ ଓ ବର୍ଜ୍ୟବସ୍ତୁ ଏକ ଟ୍ରଲିରେ ସଂଗ୍ରହ କରିଥିବା ପାଇଁ ମଧ୍ୟ ଘରକୁ ଘର ବୁଲି ଲୋକଙ୍କୁ ସଚେତନତା କରାଯାଇଥିଲା। ଏଥିରେ ବ୍ଲକ ଚେୟାରମ୍ୟାନ ଚନ୍ଦନ ସେନାପତି, ପିଇଓ ଲମ୍ବୋଦର ଶିଖା, ସରପଞ୍ଚ ଆଞ୍ଜୁ କୁମାର, ନମିତା ପ୍ରାଧନ ବ୍ଲକ ସଂଯୋଜିକା, ପୂର୍ବତନ ସରପଞ୍ଚ ଯୁଧିଷ୍ଠିର ମାଝୀ, ଭଗବାନ ବାରିକ, କନକ ଯାନୀ ସମିତି ସଭ୍ୟା, ପୂର୍ବତନ ନାଏବ ସରପଞ୍ଚ ଶିବ ପ୍ରସାଦ ସାହୁ ପ୍ରମୁଖ ଏହି ସଚେତନତା ଅଭିଯାନରେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.