🖋️ ପଞ୍ଚାନନ ଜାଲ (ସୌରଭ)
ଧନ୍ୟ ଧନ୍ୟ ସତରେ ଧନ୍ୟ ମୁଁ
ତୋତେ ମୋ ମାଆ ରୂପରେ ପାଇ
ଛଲାଙ୍ଗ ମାରୁଛି ଗର୍ବର ସହିତ
ଦୁର ଆକାଶକୁ ଯାଇ ।
ମାଆ ବୋଲି ସେହି ଦୁଇଟି ଅକ୍ଷର
ତା’ଠୁ ବଳି କିଛି ନାହିଁ
ଭଗବାନ ତ କେବଳ ମୂର୍ତ୍ତିରେ ବିରାଜ
ମୋ ଦିନର ଆରମ୍ଭ ହୁଏ,
ତୋ ମୁହଁକୁ ଚାହିଁ ।
‘ମାଆ’ ଦୁଇଟି ପଦ ପାଇଁ
ଦୁର ହୋଇଯାଏ ସବୁ ମୋ ଦୁଃଖ
ତୋ ଗୋଟେ ପଦ ଶବ୍ଦ ଶୁଣି
ପାଇଥାଏ ମୁଁ କେତେ ସୁଖ ।
ରାଜକୁମାର ପରି ରଖିଛୁ ତୁ
କରି ଗେହ୍ଲା ପୁଅ ମୋତେ
ଟିକେ ରାଗିଗଲେ, ଅମାନିଆ ହେଲେ
ବୁଝାଉ ଥାଉ କେତେ ।
ଭୁଲାଇ ଦଉ ସବୁ କଷ୍ଟକୁ
ତୋ ମୁହଁରେ ଦେଇ ମୁଲୁକି ହସି
ଦେଖାଉ କେତେ ମିଛି ମିଛିକା ହସ
ମନରେ ଦୁଃଖକୁ ରଖି ।
ଦୁର୍ଗା, ଲକ୍ଷ୍ମୀ, ସରସ୍ଵତୀ
ମୋ ପାଇଁ ତୁ ଭଗବାନ
ନିତି ଢାଲୁଥା ତୋ ପ୍ରେମ ବର୍ଷ,
ସତେ ତୋ ପ୍ରେମ କେତେ ମହାନ ।
ଋଣ ତୋର କେବେ ସୁଝି ପାରିବିନି
ରୁଣି ହୋଇ ମୁଁ ରହିଯିବି
କରିଦେବୁ ତ୍ରାହି,
ଯଦି ତୋ ଋଣ,,,,,
ସୁଝି ନପାରି ମରିଯିବି ।
ମାଣ୍ଡେଲ , ନର୍ଲା, କଳାହାଣ୍ଡି
ମୋ: ୭୨୦୫୫୨୯୪୫୭
OdiaBarta