କବିତା: ବିଶ୍ୱ ମାତୃ ଦିବସ

✍🏾ତ୍ରିନାଥ ପଟ୍ଟନାୟକ

ସବୁ ଦିବସ ଅଟେ ମୋ ମାତୃ ଦିବସ
ତାଙ୍କ ପାଦେ ମୋ ପ୍ରଣତି
ତାଙ୍କ ପାଦତଳେ ଏ ଭକ୍ତି ମୋର ଥାଉ
ମିଳୁ ମୋତେ ଏ ଶକତି ।।

ଶାସନ ତାଙ୍କ ଅଟେ ଶୃଙ୍ଖଳାର ଜ୍ଞାନ
ଶିଖାନ୍ତି ସେ ପ୍ରତିକ୍ଷଣ
ସ୍ନେହ ଆଶୀର୍ବାଦ ଦିଅନ୍ତି ସେ ଅଜାଡି
ଭଲ ପାଇବାର ଗୁଣ ।।

ତାଙ୍କ ଦୁଃଖ ମୁହିଁ ଯେ ସହି ପାରେନାହିଁ
ଭାରି କଷ୍ଟ ପାଏ ମୁହିଁ
ହସ ହସ ମୂଖ ତାଙ୍କ ସତେ ଲାଗଇ
ମୁହୂର୍ତ୍ତେ ଖୁସି ମୁଁ ପାଇ ।।

ମାଁ ବିନା କିଏ କହିବେନି ଆହା ପଦ
ମନ ସେ ବାରି ନିଅନ୍ତି
ଆମ୍ଭ ଚିନ୍ତା ସେ ସଦା କରନ୍ତି ଯେ ଦୂର
ଖୁସି ପ୍ରଦାନ କରନ୍ତି ।।

ତାଙ୍କରି ଚରଣେ ଏ ମୋର ନମସ୍କାର
ଆଶୀଷ ଦିଅନ୍ତୁ ବୁଝି
ଯେତେ ଯାହାହେଲେ ଅଟେ ଏତ ମାଁଋଣ
ମୁଁ ଯେ ନ ପାରିବି ସୁଝି ।।

ଅଧ୍ୟାପକ ତଥା କବି
ଗ୍ରାମ : ଶିକ୍ଷକ କଲୋନୀ, ଗାନ୍ଧୀ ନଗର
ପୋ:ଜିଲ୍ଲା- କୋରାପୁଟ
ମୋ:9438362172
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.