ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସ୍ଥାନୀୟ ଦ୍ଵାରକା ସିଟି ଠାରେ ନୂତନ ପେନସନ ସ୍କିମ ଅନ୍ତର୍ଭୁକ୍ତ ଶିକ୍ଷକମାନଙ୍କର ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ସତ୍ୟବାନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପ୍ରଶାନ୍ତ ଖମାରୀ, ପ୍ରଫୁଲ୍ଲ ଠାକୁର, ଧନଞ୍ଜୟ ସାହୁ, ପ୍ରଶାନ୍ତ ପ୍ରଧାନ, ଅଜିତ ପଧାନ, ଅମିତ ଜାଲ, ଦୁର୍ଗା ଆଚାରୀ, ଟୁନା ସ୍ୱାଇଁ, ରାକେନ୍ଦ୍ର ଦୁରିଆ, ଟିକେଶ୍ଵର ନାଏକ, ଯୁଗେଶ୍ଵର ନାଏକ, ତୁଷାର ମହାନନ୍ଦ ପ୍ରମୁଖ ଯୋଗ ଦେଇ ନୂତନ ପେନସନ ସ୍କିମ (NPS) ପରିବର୍ତ୍ତେ ପୁରୁଣା ପେନସନ ସ୍କିମ (OPS) ଲାଗୁ କରିବା ପାଇଁ ଦୃଢ ମତ ରଖିଥିଲେ। ପରବର୍ତ୍ତୀ ବୈଠକ ଆସନ୍ତା ୧୫ ତାରିଖ ରବିବାର ଦିନ ହେବ ବୋଲି ଜିଲ୍ଲା ସଭାପତି ମତବ୍ୟକ୍ତ କରି ଶତାଧିକ ଶିକ୍ଷକ ଯୋଗଦାନ କରିବାକୁ ଅନୁରୋଧ କରିଛନ୍ତି।