ଚନ୍ଦାହାଣ୍ଡି ଧନୁଯାତ୍ରା ଉଦଘାଟିତ: ପ୍ରଥମ ରଜନୀ ନାଟକ କଂସ ଜନ୍ମ

ଓଡ଼ିଆ ବାର୍ତ୍ତା/ ଚନ୍ଦାହାଣ୍ଡି (କାମିନୀ ରଞ୍ଜନ ପାଣ୍ଡେ): ଚନ୍ଦାହାଣ୍ଡି ଠାରେ ବଲାଙ୍ଗୀର ଅଞ୍ଚଳର କଳାକାରଙ୍କ ଧନୁ ଯାତ୍ରାର ଆୟୋଜନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ପୂଜକ ଦୁର୍ଯ୍ୟୋଧନ ପୂଜାରୀ ଏବଂ କମଳ ପୂଜାରୀ ପୂଜାର୍ଚ୍ଚନା କରିଥିଲେ। ମୁଖ୍ୟ ଅତିଥିଭାବେ ନବରଙ୍ଗପୁର ସାଂସଦଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ପାଢୀ ସମ୍ମାନୀୟ ଅତିଥି ଭାବେ ଚନ୍ଦାହାଣ୍ଡି ସରପଞ୍ଚ ଗଙ୍ଗେଶ୍ୱରୀ ପୂଜାରୀ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବାସୁଦେବ ଗୌଡ଼, ଚନ୍ଦାହାଣ୍ଡି ସମିତି ସଭ୍ୟ ପୌରଷ ମାଝୀ, ବ୍ଲକ ବିଜେଡି ସଭାପତି ଗୌରହରି ନାୟକ, ସମାଜସେବୀ କୃଷ୍ଣଚନ୍ଦ୍ର ପୂଜାରୀ, ଦିଲ୍ଲୀପ ଦାସ, ଶରତ ମାଝୀ, ହର ପୂଜାରୀ, ଚଇତୁରାମ ଦଣ୍ଡସେନା, ବବି ବିଶୋଇ ପ୍ରମୁଖ ଯୋଗଦେଇ ଶୁଭାରମ୍ବ କରିଥିଲେ। ଅତିଥିମାନେ ଚନ୍ଦାହାଣ୍ଡି ଭଳି ଉପାନ୍ତ ଅଞ୍ଚଳରେ ଏଭଳି ପୌରାଣିକ ନାଟକର ଆୟୋଜନ କରି ଅଞ୍ଚଳବାସୀକୁ ପୁରାଣ ସମ୍ପର୍କରେ ଭାବାଦର୍ଶ କରାଇଥିବାରୁ ଧନୁଯାତ୍ରା କମିଟି ତଥା ଆୟୋଜକଙ୍କୁ ପ୍ରଶଂସା କରିଥିଲେ। ଧନୁଯାତ୍ରାକୁ ଅଧିକ ଆକର୍ଷିତ କରିଛି ମୀନାବଜାର ।ପ୍ରଥମ ରଜନୀରେ ନାଟକ କଂସବଦ୍ଧର ପ୍ରଥମ ସୋପନାରେ କଂସ ଜନ୍ମ ଅନୁଷ୍ଠିତ ହୋଇଥିଲା।କଳାକାର ମାନେ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ। ଏହି ନାଟକ ଦଶ ଦିନ ଧରି ଚାଲିବାକୁ ଥିବା ବେଳେ ଧନୁଯାତ୍ରା ଓ ମୀନାବଜାର ଦେଖିବା ନିମନ୍ତେ ଚନ୍ଦାହାଣ୍ଡି ବ୍ଲକ ସମେତ ସୀମାନ୍ତ ଛତିଶଗଡ, ପଡୋଶୀ ନୂଆପଡା ଏବଂ କଳାହାଣ୍ଡି ଜିଲ୍ଲାର ବହୁ ଦର୍ଶକ ପହଞ୍ଚିଛନ୍ତି।ପ୍ରତ୍ୟେକ ଦିନ କଂସ ମହାରାଜା ଚନ୍ଦାହାଣ୍ଡି ଅଞ୍ଚଳର ଲୋକ ପ୍ରତିନିଧି, ସମାଜସେବୀ ଏବଂ ପ୍ରଶାସନିକ ଅଧିକାରୀକୁ ନିମନ୍ତ୍ରିତ କରି ଅଞ୍ଚଳର ଭଲମନ୍ଦ ପଚାରି ବୁଝିବା ସହ ସମ୍ବର୍ଦ୍ଧିତ କରିବେ ବୋଲି ଜଣାପଡିଛି। କାର୍ଯ୍ୟକ୍ରମକୁ ଓଡ଼ିଆ ଅଧ୍ୟାପକ ନଳିନୀ ଦାସ ଓ ବିଘ୍ନେଶ୍ୱର ଆଚାରୀ ପରିଚାଳନା କରୁଥିବା ବେଳେ ରତ୍ନାକର ପୂଜାରୀ, ହିରଣ୍ୟ ମର୍କାମ, ମୁରଲୀ ସାଗର, ବାସୁଦେବ ସୁନା, ଶଙ୍କର ରାଉତ, ରଜତ ଜଗତ, କୈଲାସ ବେହେରା ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.