ଛାତ୍ରାବାସରେ ପଜିଟିଭ୍ ଚିହ୍ନଟ ପରେ ରାୟଗଡାରେ ସ୍ୱାସ୍ଥ୍ୟ ବିଭାଗର ୨ଜଣିଆ ଟିମ୍‌

‌ରାୟଗଡାର ଅନ୍ୱେଷା ହଷ୍ଟେଲରେ କଲେ ସ୍ଥିତି ଅନୁଧ୍ୟାନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା କଲ୍ୟାଣ ବିଭାଗର ଦୁଇଟି ଛାତ୍ରାବାସରେ ୬୪ଜଣ ଅନ୍ତେବାସୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଜି ରାୟଗଡାରେ ପଂହଚିଛନ୍ତି ଓଡିଶା ଆଇଡିଏସପି ମହାମାରୀ ସଂକ୍ରାମକ ରୋଗୀ ବିଶେଷଜ୍ଞ ବସନ୍ତ କୁମାର ସ୍ୱାଇଁ ଓ ଆରଆରଟି ଟିମ୍ ରାଜ୍ୟ ସଭ୍ୟ ଡାକ୍ତର ସତ୍ୟରଂଜନ ପାଣିଗ୍ରାହୀ । ଆଜି ଅପରାହ୍ନ ୫ଟା ସମୟରେ ରାୟଗଡା ଜିଲ୍ଳା ସଦର ମହକୁମା ଉପକଣ୍ଠ କୋଟଲାଗୁଡା ଅନ୍ୱେଷା ହଷ୍ଟେଲ ବ୍ଳକ-୧କୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Omkar Vasthu
Omkar Vasthu


ହଷ୍ଟେଲରେ ରହୁଥିବା ଅନ୍ତେବାସୀମାନଙ୍କୁ କେଉଁ ତାରିଖରେ ଆରଟିପିସିଆର ଟେଷ୍ଟ କରାଯାଇଥିଲା, କେତେ ଜଣଙ୍କ ଟେଷ୍ଠିଂ ହୋଇଥିଲା ସହ କେତେ ଜଣ ପିଲାଙ୍କ ନମୂନା ପଜିଟିଭ୍ ହୋଇଛି । କେଉଁ କାରଣରୁ ଏତେ ସଂଖ୍ୟକ ପିଲାଙ୍କ ଠାରେ କୋଭିଡ ପଜିଟିଭ୍ ରିପୋର୍ଟ ବାହାରିଛି ସେ ଦିଗକୁ ଅନୁଧ୍ୟାନ କରିବା ସହ ସେମାନଙ୍କ ମଧ୍ୟରେ କେତେ ଜଣ ପିଲାଙ୍କ ଟୀକାକରଣ ହୋଇଥିବା ତଥ୍ୟ ସଂଗ୍ରହ କରିଥିଲେ । ଏଥିସହ ପିଲାମାନଙ୍କ ଠାରେ କୈାଣସି କୋଭିଡ୍ ଲକ୍ଷଣ ଦେଖାଯାଇ ନ ଥିବାରୁ ଏବଂ ସମସ୍ତେ ସୁସ୍ଥ ରହିଥିବାରୁ ଖୁସି ପ୍ରକଟ କରିବା ସହ ପିଲାମାନେ ବ୍ୟବହାର କରୁଥିବା ପାଇଖାନା, ଗାଧୁଆ ଘର ଆଦି ସ୍ଥାନଗୁଡିକର ପରିମଳ ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିଥିବା ଜଣାପଡିଛି ।

Pearl dental clinic
Near Ashish Medical Store, Bhawanipatna


ରାଜ୍ୟରୁ ଆସିଥିବା ଏହି ୨ଜଣିଆ ଟିମଙ୍କ ସହ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗର ସିଡିଏମଓ ଡାକ୍ତର ଲାଲମୋହନ ରାଉତରାଏ, ଏପିଡିମାଇଲୋଜିଷ୍ଟ ଗ୍ୟାନେନ୍ଦ୍ର ମହାନ୍ତି, ଡିପିଏଚଓ ଡାକ୍ତର ଭି.ଏଲ.ଏନ.ରାଜୁ, ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକଲ ଅଫିସର ଡାକ୍ତର ଏସ.ନବୀନ, ଡାକ୍ତର ସୁନୀଲ କୁମାର ମହାପାତ୍ର, ସହରାଂଚଳ ସ୍ୱାସ୍ଥ୍ୟକେନ୍ଦ୍ର ଏପିଏନ କିରଣ କୁମାର ପାତ୍ର, ଏମଏଚୟୁ ଷ୍ଟାଫଙ୍କ ସମେତ ଫର୍ମାସିଷ୍ଟ ଓ ଏଲଟି କର୍ମଚାରୀ ଓ ଜିଲ୍ଳା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ୱେଷା ହଷ୍ଟେଲରେ ୨ଜଣିଆ ଟିମ୍ ସ୍ଥିତି ଅନୁଧ୍ୟାନ କରିବା ପରେ ରାୟଗଡା ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କ ସହ ଏ ନେଇ ଆଲୋଚନା କରିଛନ୍ତି । ତେବେ ରାୟଗଡା ଜିଲ୍ଳା ସଦର ମହକୁମା ଉପକଣ୍ଠ କୋଟଲାଗୁଡା ଅନ୍ୱେଷା ହଷ୍ଟେଲରେ ୪୪ଜଣ ଏବଂ ବିଷମକଟକ ବ୍ଳକ ହାଟମୁନିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦ଜଣ ମୋଟ ୬୪ଜଣ ଛାତ୍ରଙ୍କ ଆରଟିପିସିଆର ନମୁନା ପଜିଟିଭ ବାହାରିଥିଲା ।

Udyog Nursery
Udyogi Nursery


ତେବେ ଅନେକ ଛାତ୍ରଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଇ ନ ଥିବା ବେଳେ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରାକ୍ ସାବଧାନତା ଅବଲମ୍ବନ କରାଯାଇ ଦୁଇଟି ଛାତ୍ରାବାସରେ ମେଡିକଲ ପକ୍ଷରୁ ଔଷଧ ଯୋଗାଇ ଦିଆଯାଇ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି ଏବଂ ଆରଟିପିସିଆର ରିପୋର୍ଟକୁ ପୁନଃ ପରୀକ୍ଷା କରିବା ପାଇଁ ସମସ୍ତ ନମୂନାକୁ ଭୁବନେଶ୍ୱର ସ୍ଥିତ ଆରଏମଆରସିକୁ ପଠାଯାଇଥିବା ନେଇ ଜିଲ୍ଳାପାଳ ଶ୍ରୀ ମିଶ୍ର ଆଜି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ । ରାୟଗଡା ଠାରେ ଆରଆରଟି ଟିମ୍ ପକ୍ଷରୁ କରାଯାଇଥିବା ଆଟିପିସିଆର ରିପୋର୍ଟରେ କିଛି ତ୍ରୁଟି ରହିଛି କି ନାହିଁ ତାହା ଜାଣିବା ପାଇଁ ଭୁବନେଶ୍ୱର ଆରଏମସିଆରକୁ ପଠାଯାଇଥିବା ବେଳେ ରିପୋର୍ଟ ପଜିଟିଭ୍ ହିଁ ଆସିଲେ ଅଧିକ ସାବଧାନତା ଅବଲମ୍ବନ କରାଯାଇ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଳାପାଳ ଶ୍ରୀ ମିଶ୍ର କହିଥିଲେ । ତେବେ ପଜିିଟିଭ୍ ରିପୋର୍ଟକୁ ନେଇ କୈାଣସି ପ୍ରକାର ଆତଙ୍କିତ ହେବାର କାରଣ ନାହିଁ ବୋଲି କହିଥିଲେ ଜିଲ୍ଳପାଳ ଶ୍ରୀ ମିଶ୍ର ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.