ଜନଜାତି ସୁରକ୍ଷା ମଂଚ’ର ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଧର୍ମାନ୍ତରିତ ଜନଜାତିମାନଙ୍କୁ ସରକାରୀ ସଂରକ୍ଷଣ ବନ୍ଦ କରିବା ଓ ଅନୁସୂଚିତ ଜନଜାତି ତାଲିକାରୁ ବାହର କରିବା ଦାବିରେ ଆଜି ରାୟଗଡା ଜନଜାତି ସୁରକ୍ଷା ମଂଚ ପକ୍ଷରୁ ବିଶାଳ ଜନଜାତି ଆନ୍ଦୋଳନ ସମାବେଶ ରାୟଗଡା ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡା ବନବାସୀ କଲ୍ୟାଣ ଆଶ୍ରମ ତଥା ବନବାସୀ ସମାଜର ରାୟଗଡା ଜିଲ୍ଳାର ବିଭିନ୍ନ ବ୍ଳକର କୋଣ ଅନୁକୋଣରୁ ଜନଜାତି ଭାଇଭଉଣୀମାନେ ସମାବେଶରେ ସାମିଲ ହୋଇଥିଲେ । ସ୍ଥାନୀୟ ଠକ୍କର ବାପା ଆଶ୍ରମ ଠାରୁ ନଗର ପରିକ୍ରମା କରି ଗାୟତ୍ରି ନଗର ସ୍ଥିତ ଗାୟତ୍ରୀ ମନ୍ଦିର ପର୍ଯ୍ୟନ୍ତ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

ସେଠାରେ ସାଧାରଣ ସଭାରେ ଜନଜାତି ଭାଇଭଉଣୀମାନଙ୍କୁ ଧର୍ମାନ୍ତରିତ ବ୍ୟକ୍ତିମାନଙ୍କୁ ଅନୁସୂଚିତ ଜନଜାତି ସୂରୀରୁ ବାହାର କରିବା, ସରକାରୀ ସୁବିଧା ବନ୍ଦ କରାଇବା ନେଇ ଧର୍ମାନ୍ତରିତରୁ ଦୂରେଇ ରହିବା ପାଇଁ ସଚେତନ କରାଯାଇଥିଲା । ଜିଲ୍ଳାରେ ଥିବା ଜନଜାତିଙ୍କୁ ଟାର୍ଗେଟ କରି ଧର୍ମାନ୍ତରିତ କରିବାର ଷଡଯନ୍ତ୍ର କରାଯାଉଥିବାରୁ ଜନଜାତିଙ୍କ ସଂସ୍କୃତି, ପରମ୍ପରା ରକ୍ଷା କରିବା ପାଇଁ ଏହି ସମାବେଶ କରାଯାଇଛି ବୋଲି ଅଜିତ୍ ମାଣ୍ଡାଙ୍ଗି, ହଳଧର ହିମିରିକା, ଜନଜାତି ସୁରକ୍ଷା ମଂଚ ସଦସ୍ୟ ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.