ଭାରିଯାନ ଧକ୍କାରେ ସାଇକେଲ ଆରୋହୀ ମୃତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ବଡ ଧାରପୁର ଗ୍ରାମ ପଞ୍ଚାୟତର କୁଚେଇଜୋର ମୁଖ୍ୟ ରାସ୍ତାରେ ସାଇକଲରେ ଯାଉଥିବା ଜନୈକ ବ୍ୟକ୍ତି ଚୂଡ଼ାମଣି ଦାସ (୫୦) ଙ୍କର ଭାରିଯାନ ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଚୁଡାମଣି ତେନ୍ତୁଳିପଦର ନିଜ ନାତୁଣୀର ବାହା ଘରରେ ଯୋଗଦାନ କରି ଘରକୁ ଫେରିବା ସମୟରେ ଏକ ଦ୍ରୁତଗାମୀ ଭାରୀଜାନର ଧକ୍କାରେ ଗୁରୁତର ହୋଇଥିଲେ । କିଛି ସ୍ଥାନୀୟ ବ୍ୟକ୍ତି ୧୦୮ ଆମ୍ବୁଲାନ୍ସକୁ ଫୋନ କରି ଭବାନୀପାଟଣା ନେଉଥିଲେ । ଆମ୍ବୁଲାନ୍ସରେ ନେବା ସମୟରେ ବାଟରେ ବ୍ୟକ୍ତି ଜଣକର ମୃତ୍ୟୁ ହୋଇଥିଲା । ଦ୍ରୁତଗାମୀ ଭାରୀଜାନଟି ଦୁର୍ଘଟଣା ଘଟାଇ ଉଭାନ ହୋଇଯାଇଥିଲା । ଅଦ୍ୟାବଧି ଦୁର୍ଘଟଣା ଘଟାଇଥିବା ଭାରୀଜାନର ପତ୍ତା ମିଳିନଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.