ଜିଲ୍ଲା ଯାଦବ ମହାସଭା ବଲାଙ୍ଗୀର ପକ୍ଷରୁ ନବନିର୍ବାଚିତ ଲୋକପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ଗତ ତ୍ରି ସ୍ତରୀୟ ପଞ୍ଚାୟତ ତଥା ପୌର ନିର୍ବାଚନରେ ନିର୍ବାଚିତ ହୋଇଥିବା ଯାଦବ ଲୋକପ୍ରତିନିଧି ମାନଙ୍କୁ ବଲାଙ୍ଗୀର ଜିଲ୍ଲା ଯାଦବ ମହାସଭା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲା ଯାଦବ ମହାସଭା ସଭାପତି ପରମାନନ୍ଦ ହାତୀଙ୍କ ସଭାପତିତ୍ବରେ ବଲାଙ୍ଗୀର ଯାଦବ ଭବନ ଠାରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୂପାର ଠେଲା, ମୁଖ୍ୟ ବକ୍ତା ଭାବେ ବଲାଙ୍ଗିର ତହସିଲଦାର ମଘବନ୍ ବାଗ, ସମ୍ମାନିତ ଅତିଥି ଜିଲ୍ଲା ଯାଦବ ମହାସଭାର ସଂଯୋଜକ ମନୋଜ କୁମାର ହାତୀ, ଉତ୍କଳ ଯାଦବ ମହାସଭା ପ୍ରୋଜେକ୍ଟ ସେଲ ସଭାପତି ଲକ୍ଷ୍ମଣ ବାଗ, ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଦିଲୀପ ରଜପାଳିଆ, ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ଜିଲ୍ଲା ଯାଦବ ମହିଳା ସଭାପତି ଦମୟନ୍ତୀ ବାଗ, ମୁଖ୍ୟ ଉପଦେଷ୍ଟା ସତ୍ୟ ବାଗ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ସଭାରେ ବଲାଙ୍ଗୀର ଜିଲ୍ଲାର ଜଣେ ବ୍ଲକ ଅଧ୍ୟକ୍ଷ, ଜଣେ ବ୍ଲକ ଉପାଧ୍ୟକ୍ଷ, ୪ଜଣ ଜିଲ୍ଲା ପରିଷଦ ସଦସ୍ୟ, ୨୮ଜଣ ସରପଞ୍ଚ, ୧୬ଜଣ ସମିତି ସଭ୍ୟ/ସଭ୍ୟା ଓ ୫ଜଣ କାଉନସିଲର ଏମିତି ମୋଟ ୫୫ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ଭଗବାନ ବଗର୍ତ୍ତୀ, ଉତ୍କଳ ଯାଦବ ମହାସଭାର ସାଧାରଣ ସମ୍ପାଦକ ଛାତ୍ର ସଂଘ ଦିନେଶ କୁମାର ନାଗ, ପ୍ରବକ୍ତା ଗୌର ରଜପାଲିଆ, ପୂର୍ବତନ ସମ୍ପାଦକ ଉତ୍କଳ ଯାଦବ ମହାସଭା ବାଳକୃଷ୍ଣ ଷଣ୍ଢ, ପୂର୍ବତନ ବଲାଙ୍ଗୀର ବ୍ଲକ ଅଧ୍ୟକ୍ଷା ଗୋଲାପ ବାଗ, ଯୁବ ସଂଗଠକ ସନ୍ଦୀପ ବାଗ, ଜୟଦେବ ଜଲ, ଦୋଲମନୀ ଥାପା, ଅରବିନ୍ଦ ପରୁଆ, ମହେନ୍ଦ୍ର ବାଗ, କେଶବ ଆଡଯୁଆଡଙ୍କ ସମେତ ସମସ୍ତ ବ୍ଲକ ସଭାପତି, ବିନୟ ଭୋଇ, ପଙ୍କଜ ନାଗ, ମୁନି ଖର୍ସେଲ, ତଥାଗତ କତ, ପ୍ରୁଥି ଚିନଗୁନ, ହରିହର କଟା, ପଦ୍ମଲୋଚନ ପୋଢ଼, ରାଜୁ ଘିବେଲ, ଭବାନୀ ଶଙ୍କର ନାଗ, ରାଜା ବଗର୍ତ୍ତୀ, ନୀଳମଣି ଦୀପ, ବିଘ୍ନେଶ୍ୱର କଳାସାଏ ପ୍ରମୁଖ ଉପସ୍ଥିତ ଥିଲେ । ବିନୋଦ କୁମାର କାଳସାଏ ମଞ୍ଚ ପରିଚାଳନା କରିଥିବାବେଳେ ହରେଶ୍ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.