ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡାର ବହୁ ପ୍ରସିଦ୍ଧ ନାମଯଜ୍ଞ ଚଳିତ ବର୍ଷ ଅନୁଷ୍ଠିତ ହେଉଛି । ଆଜି ସୋମବାର ସକାଳ ୬.୩୦ ସମୟରେ ନାମ ଆରମ୍ଭ ହୋଇଯାଇଛି । ଗତକାଲି ରବିବାର ସଂଧ୍ୟା ୫.୩୦ ସମୟରେ ଏନେଇ ଭବ୍ୟ କଳସଯାତ୍ରା ଅନୁଷ୍ଠିତ ହୋଇଥିଲା । ସର୍ଗିଗୁଡା ଓ ନର୍ଲାରୋଡର ଶତାଧିକ ମହିଳା କଳସ ଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । ଗତକାଲି ସଂଧ୍ୟା ୭ ଘଣ୍ଟା ସମୟରେ ନାମଯଜ୍ଞ ମଣ୍ଡପରେ କଳସ ସ୍ଥାପନ ସାଙ୍ଗକୁ ବିଲ୍ୱ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)
ସର୍ଗିଗୁଡାର ମୁଖ୍ୟ ପର୍ବ ନାମଯଜ୍ଞ ସଂକୀର୍ତ୍ତନ । ଚଳିତ ବର୍ଷ ଏହା ୫୨ତମ ନାମଯଜ୍ଞ ହୋଇଥିବା ବେଳେ ସର୍ଗିଗୁଡା ଗ୍ରାମବାସୀଙ୍କ ମଧ୍ୟରେ ଏନେଇ ଅନେକ ଉତ୍ସାହ ଓ ଉଦ୍ଦୀପନା ରହିଥିବା ଦେଖିବାକୁ ମିଳୁଛି । ଗତ ଦୁଇବର୍ଷ ଧରି କରୋନା କଟକଣା ଯୋଗୁଁ ନାମଯଜ୍ଞ ବନ୍ଦ ହୋଇପଡିଥିଲା । ଆଗରୁ ପ୍ରତିବର୍ଷ ୨୪ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇ ଆସୁଥିଲା । ହେଲେ ଚଳିତ ବର୍ଷ କେତେକ ସମସ୍ୟାକୁ ନେଇ ଏହା ୨୪ ପରିବର୍ତ୍ତେ ୧୬ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଛିି ।

ଚଳିତ ବର୍ଷ ୧୬ ପ୍ରହର ନାମଯଜ୍ଞ ନିମନ୍ତେ ପରିଚାଳନା କମିଟିର ସଭାପତି ଭାବରେ ରତ୍ନାକର ପାଢୀ, ଉପସଭାପତି ଭାବରେ ସଞ୍ଜୟ ସରାଫ୍, ସାଧାରଣ ସମ୍ପାଦକ ଭାବରେ ଲଳିତ ପଧାନ, ଯୁଗ୍ମ ସମ୍ପାଦକ ଭାବରେ ଧନଞ୍ଜୟ ଗଉଡ, କୋଷାଧ୍ୟକ୍ଷ ଭାବରେ ଖୁସିରାମ ମାଝୀ ପ୍ରମୁଖ ଦାଇତ୍ୱରେ ରହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ଯଜ୍ଞ କର୍ତ୍ତା ଭାବରେ ସ୍ନେହଲତା ପଧାନ ଓ ଜଗମୋହନ ପଧାନ ଦାଇତ୍ୱ ନିର୍ବାହନ କରୁଥିବା ଜଣାପଡିଛି । ଚଳିତ ବର୍ଷ ଗ୍ରାମର ଯୁବ ଗୋଷ୍ଠି ୧୬ ପ୍ରହର ନାମଯଜ୍ଞ ପରିଚାଳନା ନିମନ୍ତେ ଆଗେଇ ଆସି ବିଭିନ୍ନ ପଦ ପଦବୀରେ ରହି ଯଜ୍ଞ ପରିଚାଳନା ନିମନ୍ତେ ଦାଇତ୍ୱ ତୁଲାଉଥିବା ଦେଖିବାକୁ ମିଳୁଛି । ଏହାବାଦ୍ ଭଣ୍ଡାର ଗୃହ ଦାଇତ୍ୱରେ ବସନ୍ତ ପୋଢ, ମଣ୍ଡପ ସାଜସଜ୍ଜାରେ ପଙ୍କଜ ପଧାନ, ସଞ୍ଜୟ ନାଏକ, ଯୁଗେଶ୍ୱର ବିଶ୍ୱାଳ, ରମେଶ ବିଶ୍ୱାଳ, ଓ ଅନ୍ୟ ବିଭାଗ ଦଳଡକା, ଦଳ ପ୍ରବେଶ କରାଇବା, ଅନ୍ନଛତ୍ର, ଭୋଗ ପ୍ରସ୍ତୁତି, ସ୍ୱାଗତ କାଉଣ୍ଟର, ଅତିଥି ସେବା କାଉଣ୍ଟର, ଭୋଗ କାଉଣ୍ଟର ପ୍ରଭୃତି ବିଭାଗ ଗୁଡିକରେ ମଧ୍ୟ ଗ୍ରାମ ଯୁବ ଗୋଷ୍ଠି ଦାଇତ୍ୱରେ ରହିଥିବା ଜଣାପଡିଛି ।

ବିଶେଷ କରି ଗ୍ରାମର ନାମଯଜ୍ଞ ପରିଚାଳନାରେ ଗ୍ରାମର ବହୁ ଅନୁଭବୀ ବ୍ୟକ୍ତି ଜହରଲାଲ ବିଶ୍ୱାଳ, ଗିରିଧାରୀ ଗଉଡ, କୁମୁଦଚନ୍ଦ୍ର ନାଏକ, ବିରେନ୍ଦ୍ର ନାଏକ, ବୀରକିଶୋର ମାଝୀ, ନିଳାମ୍ବର ପଧାନ, କହ୍ନେଇ ପୋଢ, ଲକ୍ଷ୍ମଣ ବାଗ, ପରମେଶ୍ୱର ବିଶ୍ୱାଳ, ତ୍ରିଲୋଚନ ନାଏକ ପ୍ରମୁଖ ଉପଦେଷ୍ଟା ଭାବରେ ରହି ମାର୍ଗଦର୍ଶନ ଦେଉଥିବା ଜଣାପଡିଛି । କୁସୁମ ପଡ଼ାର ଘନଶ୍ୟମ ତ୍ରିପାଠୀ ପୂଜକ ପଣ୍ଡିତ ଭାବରେ ପୂଜନ କାର୍ଯ୍ୟ ସମ୍ପାଦନ କରୁଥିବା ଜଣାପଡିଛି । ସର୍ଗିଗୁଡାର ଦୁଇ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ସର୍ଗିଗୁଡା ଓ ଡିଗିରାପଡା ସମେତ ଜିଲ୍ଲା ତଥା ଜିଲ୍ଲା ବାହାରୁ ସମ୍ବଲପୁର ପ୍ରଭୃତି ସ୍ଥାନରୁ ସମୁଦାୟ ୧୦ ଗୋଟି ସଂକୀର୍ତ୍ତନ ମଣ୍ଡଳୀଙ୍କୁ ସର୍ଗିଗୁଡା ୧୬ ପ୍ରହର ନାମଯଜ୍ଞ ନିମନ୍ତେ ନିମନ୍ତ୍ରଣ କରାଯାଇଛି । ଏଥି ମଧ୍ୟରୁ ଅର୍ଦ୍ଧାଧିକ ସଂକୀର୍ତ୍ତନ ମଣ୍ଡଳୀ ଆସି ପହଞ୍ଚି ସାରିଥିବା ଦେଖିବାକୁ ମିଳୁଛି । ଏଇଠି ନାମଯଜ୍ଞ ସମେତ ଅନ୍ନ ଯଜ୍ଞ ମଧ୍ୟ ଅନୁଷ୍ଠିତ ହେଉଛି ।





