କଳାହାଣ୍ଡି ଲୋକସଭା ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ ନାଏକଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଚଳିତ ମଇ ମାସ ଆରମ୍ଭରେ ଜିଲ୍ଲାର ୧୩ ଗୋଟି ବ୍ଲକରେ ତାଙ୍କର ପ୍ରତିନିଧି ମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଏନେଇ ସମସ୍ତ ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ ମାନଙ୍କୁ ପତ୍ର ମାଧ୍ୟମରେ ତାଙ୍କ ପ୍ରତିନିଧି ମାନଙ୍କ ନାମ ତାଲିକା ପ୍ରଦାନ କରିଥିବା ଜଣାପଡିଛି । ଏହି କ୍ରମରେ ନର୍ଲା ବ୍ଲକ ପାଇଁ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ ନର୍ଲା ସାଂସଦ ପ୍ରତିନିଧି ଭାବରେ ନିଯୁକ୍ତ ହୋଇଛନ୍ତି । ନର୍ଲା ଜୋନ-ନଂ ୩ ର ବିଜେପି ଜିଲ୍ଲା ପରିଷଦ ଭାବରେ ସର୍ଗିଗୁଡାର ଉଦୀୟମାନ ଯୁବନେତା ପ୍ରଦୀପ କୁମାର ନାଏକ ଗତ ୨୦୧୭ ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟକରି ନର୍ଲା ଅଞ୍ଚଳକୁ ବିକାଶ ପଥରେ ଆଗେଇ ନେବାରେ ସଫଳ ହୋଇ ପାରିଛନ୍ତି । ଶ୍ରୀ ନାଏକ ବିଜେପିର ଜଣେ ଯୁବ ନେତା ଭାବରେ ବିଭିନ୍ନ ସମୟରେ ବିଭିନ୍ନ ପଦପଦବୀରେ ରହି ଅଞ୍ଚଳ ପାଇଁ ତଥା ଭାରତୀୟ ଜନତା ପାର୍ଟି ପାଇଁ କାର୍ଯ୍ୟକରି ଅଞ୍ଚଳବାସୀଙ୍କ ବେଶ ପ୍ରୀୟ ଭାଜନ ହୋଇପାରିଛନ୍ତି । ବର୍ତ୍ତମାନ କଳାହାଣ୍ଡି ସାଂସଦ ଶ୍ରୀ ପଣ୍ଡା ତାଙ୍କୁ ନର୍ଲାର ସାଂସଦ ପ୍ରତିନିଧି ଭାବରେ ନିଯୁକ୍ତି ଦେବାପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଶ୍ରୀ ନାଏକ ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଭାବରେ ମଧ୍ୟ ଦାଇତ୍ୱ ନିର୍ବାହନ କରୁଥିବା ଜଣାପଡିଛି । ଆଜି ମଙ୍ଗଳବାର ନର୍ଲା ବ୍ଲକ୍ ଅଧିନସ୍ଥ ସରିଆଁ ମଣ୍ଡଳର ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ସରିଆଁ ମଣ୍ଡଳ ସଭାପତି ସଞ୍ଜୟ ମାଝୀ, ବ୍ଲକ ସଂଯୋଜକ ତଥା ଜିଲ୍ଲା ଆଦିବାସୀ ମୋର୍ଚ୍ଚା ଉପସଭାପତି ସୁରେଶ ଭୋଇ, ସରିଆଁ ମଣ୍ଡଳ ଉପସଭାପତି ମଦନ ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ ରୁଦ୍ରାକ୍ଷ ସାହୁ, ବିଜୟ ପଧାନ, ଯୁବମୋର୍ଚ୍ଚା ସଭାପତି ବସନ୍ତ ତାଣ୍ଡି, ସ୍ୱେତ ସା, ସଞ୍ଜୟ ସେଠୀ, ନର୍ଲା ମଣ୍ଡଳ ଉପସଭାପତି ସଞ୍ଜୟ ନାଏକ, ନର୍ଲା ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ଦେବରାଜ ନାଏକ ପ୍ରମୁଖ ସର୍ଗିଗୁଡା ସ୍ଥିତ ଶ୍ରୀ ନାଏକଙ୍କ ବାସଭବନକୁ ଆସି ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବଦ୍ଧିତ କରିଛନ୍ତି । ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କ ଏତାଦୃଶା ସମ୍ବର୍ଦ୍ଧନା ପର୍ବ ସମୟରେ ଶ୍ରୀ ନାଏକ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି – ‘ମୁଁ ନର୍ଲା ଅଞ୍ଚଳ ପାଇଁ ବିଗତ ୧୫ ବର୍ଷ ଧରି କାମ କରି ଆସଛି । ମାନ୍ୟବର କଳାହାଣ୍ଡି ସାଂସଦ ମୋର କାର୍ଯ୍ୟଧାରା ଓ ପାର୍ଟି ପାଇଁ ସମର୍ପିତ ଭାବ ଦେଇଖି ମୋତେ ତାଙ୍କ ପ୍ରତିନିଧି ଭାବରେ ମନୋନୀତ କରି ନର୍ଲା ବିକାଶର ଗୁରୁ ଦାଇତ୍ୱ ଅର୍ପଣ କରିଥିବାରୁ ମୁଁ ମାନ୍ୟବର ସାଂସଦଙ୍କ ନିକଟରେ କୃତଜ୍ଞ । ତାଙ୍କ ଆଶା ଓ ବିଶ୍ୱାସକୁ ମୁଁ ଅତୁଟ ରଖିବି । ନର୍ଲାରେ ରହିଥିବା ବିଭିନ୍ନ ସମସ୍ୟାକୁ ତାଙ୍କ ଦୃଷ୍ଟି ଆକର୍ଷଣ କରି ସେସବୁର ଆସୁ ସମାଧାନ ପାଇଁ ପ୍ରଚେଷ୍ଟା କରିବି’ ବୋଲି କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.