ବଲାଙ୍ଗିର ମେଡିକାଲ କଲେଜ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ପ୍ରସଙ୍ଗ : ଏସ୍.ପି ଙ୍କୁ ଭେଟିଲେ ଏକ୍ସନ କମିଟି କାର୍ଯ୍ୟକର୍ତ୍ତା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର: ବଲାଙ୍ଗିର ମେଡିକାଲ କଲେଜର ପ୍ରଥମ ବର୍ଷ ଛାତ୍ର ନିଶାନ୍ତ କୁମାରଙ୍କ ଅସ୍ୱାଭାବିକ ମୃତ୍ୟୁର ତଦନ୍ତରେ ହେଉଥିବା ବିଳମ୍ବରେ ଅସନ୍ତୋଷ ପ୍ରକାଶ କରିଛି ବଲାଙ୍ଗିର ଏକ୍ସନ କମିଟି । ହରିଆଣା ରାଜ୍ୟର ଏହି ଛାତ୍ର ଜଣକ ଗତ ମାର୍ଚ୍ଚ ୨୨ରେ ମୃତ୍ୟୁ ବରଣ କରିଥିଲେ । ତେବେ ଏହି ଘଟଣାର ତଦନ୍ତ ପ୍ରକ୍ରିୟା ଶିଥିଳ ହୋଇଯାଇଥିବା ପରି ଅନୁମେୟ ହେଉଛି ‌। ଏହାକୁ ନେଇ ଆଜି ବଲାଙ୍ଗିର ଏକ୍ସନ କମିଟିର ଆବାହକ ଗୋପାଲଜି ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବଲାଙ୍ଗିର ଏସ୍.ପି.ଙ୍କୁ ସାକ୍ଷାତ କରିଥିଲେ ।

Omkar Vasthu
Omkar Vasthu

ଏଠାରେ ପ୍ରକାଶଯୋଗ୍ୟ ଯେ, ଛାତ୍ର ନିଶାନ୍ତ କୁମାରଙ୍କ ଅସ୍ୱାଭାବିକ ମୃତ୍ୟୁ ପରେ ଏକ୍ସନ କମିଟିର ଏକ ପ୍ରତିନିଧି ମଣ୍ଡଳୀ ମେଡିକାଲ କଲେଜର ଅଧକ୍ଷାଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ପାରିପାର୍ଶ୍ବିକ ସ୍ଥିତିକୁ ଅନୁମାନ କରି ରେଙ୍ଗିଗ ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଥିଲେ । ତେବେ କଲେଜ ଅଧକ୍ଷାଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ନ ପାଇବାରୁ କମିଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ଗଣମାଧ୍ୟମ ତଥା ସୋସିଆଲ ମିଡିଆର ତଥ୍ୟକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ଯେ ନିଶାନ୍ତ କୁମାରଙ୍କ ମୃତ୍ୟୁ ରାଗିଙ୍ଗ ଯୋଗୁଁ ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି ଏକ୍ସନ କମିଟି । କିଛି ବିଶୃଙ୍ଖଳିତ ଛାତ୍ରଙ୍କ ଯୋଗୁଁ ବଲାଙ୍ଗିର ମେଡ଼ିକାଲ କଲେଜ ଦେଶରେ ବଦନାମ ହେଉଛି । ତେଣୁ ଦୋଷୀଙ୍କୁ ଘଣ୍ଟ ଘୋଡେଇବା ବନ୍ଦ କରି ନିରପେକ୍ଷ ତଦନ୍ତ କରିବା ଓ ଦୋଷୀଙ୍କୁ ଉଚିତ ଦଣ୍ଡ ଦେବାପାଇଁ ପ୍ରତିନିଧି ମଣ୍ଡଳ ଆଜି ଏସ.ପି.ଙ୍କୁ ଅନୁରୋଧ କରିଥିଲେ । ଏହା ବ୍ୟତୀତ ବଲାଙ୍ଗିର ସହରରେ ବଢ଼ି ଚାଲିଥିବା ଅପରାଧ ଏବଂ ଟ୍ରାଫିକ ସମସ୍ୟା ବିଷୟରେ ମଧ୍ୟ ଏସ.ପି.ଙ୍କ ସହ ଆଲୋଚନା କରିଥିଲେ ଏକ୍ସନ କମିଟିର ପ୍ରତିନିଧି ମଣ୍ଡଳୀ । ଆଜିର ପ୍ରତିନିଧି ମଣ୍ଡଳରେ ଏକ୍ସନ କମିଟିର ଉପସଭାପତି ମୁନା ପଟ୍ଟନାୟକ, ଭବାନୀ ଶତପଥୀ, ସାଗରିକା ଗୁରୁ, ଗିରିଶ ସିଂହଦେଓ, ଯୁବ ସଂଯୋଜକ ରିଲୁ ରଥ ଏବଂ ଯୁବ ସଭାପତି ବିନୋଦ କୁମାର କାଲସାଏ ପ୍ରମୁଖ ଯୋଗ ଦେଇ ନିଜ ନିଜର ମତ ରଖିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.