ଭଇରିପାଲି ଗାଁ ଡ୍ରେନ ସଫେଇ : ସରପଞ୍ଚ ଭାନୁମତୀ ବେମାଲଙ୍କ ସାଧୁ ଉଦ୍ୟମ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ବର୍ଷା ଦିନ ଆସିବା ପୂର୍ବରୁ ପରିମଳ ବ୍ୟବସ୍ଥା ସୁଧାରିବା ଲକ୍ଷ୍ୟରେ ଜୟପାଟଣା ବ୍ଳକ ଅନ୍ତର୍ଗତ ଭଇରିପାଲି ଗ୍ରାମର ଡ୍ରେନ ସଫେଇ କାମ ଆରମ୍ଭ ହୋଇଛି । ଭଇରିପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଡ୍ରେନ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ରାସ୍ତା ମଝିରେ ମଇଳା ଆବର୍ଜନା ଜମିବା ସହିତ କାଦୁଆ ହେଉଥିଲା । ଯାହାଫଳରେ ଜନସାଧାରଣ ଗମନାଗମନ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ‌। ସେହିଭଳି ଗନ୍ତିଆ ପଡା ଛକ ଠାରୁ ଆଞ୍ଚଳିକ ବ୍ୟାଙ୍କ କାର୍ଯ୍ୟାଳୟକୁ ଯିବା ରାସ୍ତା ପାର୍ଶ୍ଵ ଡ୍ରେନରେ ମଇଳା ଆବର୍ଜନା ପୋତି ହୋଇ ରହିଥିବା ବେଳେ ରାସ୍ତା ମଝିରେ କାଦୁଅ ଜମି ରହୁଥିଲା । ସାମାନ୍ୟ ବର୍ଷା ହେଲେ ଡ୍ରେନ୍ ଯୋଗୁଁ  ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରୁଥିଲା । ଆଜି ଭ ଇରିପାଲି ସରପଞ୍ଚ ଭାନୁମତୀ ବେମାଲଙ୍କ ତତ୍ବାବଧାନରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ପାର୍ଶ୍ଵ ଡ୍ରେନ ସଫେଇ କାର୍ଯ୍ୟ କରାଯାଇଥିଲା । ସରପଞ୍ଚ ଶ୍ରୀମତୀ ବେମାଲଙ୍କ ଏହି ପ୍ରୟାସକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.