ଅନୁଗାମୀମାନଙ୍କୁ ନିଜ ମଳ ମୁତ୍ର ଭକ୍ଷଣ କରାଉଥିଲା ବାବା
ଓଡ଼ିଆ ବାର୍ତ୍ତା/ ବ୍ୟାଙ୍କକ: ଆଜିକାଲି ଅନେକ ଭଣ୍ଡ ବାବା ମାନଙ୍କ ଆବିର୍ଭାବ ହେଉଛି । ସାଧାରଣ ଜନତା ମଧ୍ୟ ଆଗପଛ ବିଚାର ନକରି ଏପରି ଭଣ୍ଡ ବାବା ମାନଙ୍କ ଅନୁଗାମୀ ହେଉଛନ୍ତି । ଯେତେବେଳେ ଭଣ୍ଡ ଲୋକର ଅସଲ ଚେହେରା ସାମ୍ନାକୁ ଆସୁଛି ସେତେବେଳେ ତା’ର କାଣ୍ଡ କାରଖାନା ବିଷୟରେ ଜାଣି ତାବୁଜ ହେବାକୁ ପଡୁଛି । ଏପରି ଜଣେ ଭଣ୍ଡ ବାବାକୁ ଗିରଫ କରିଛି ଥାଇଲାଣ୍ଡ ପୋଲିସ । ଥାଓ୍ବି ନାନରା ନାମକ ୭୫ବର୍ଷ ବୟସ୍କ ଏହି ଭଣ୍ଡ ବାବାଙ୍କୁ ଥାଇଲାଣ୍ଡର ଛୟାଫୁମରୁ ଗିରଫ କରିଛି ପୋଲିସ । ଏହି ବାବା ଜଣଙ୍କ ଛୟାଫୁମର ଏକ ଜଙ୍ଗଲରେ ରହୁଥିଲେ । ସେଠାରୁ ପୋଲିସ ଭଣ୍ଡ ବାବାକୁ ଗିରଫ କରିଛି । ପୋଲିସକୁ ବାବା ବିରୋଧରେ ଅନେକ ପ୍ରମାଣ ମିଳିଛି । ପୋଲିସର ସୂଚନା ଅନୁସାରେ ବାବା ନିକଟକୁ ଯାଇଥିବା ଜଣେ ମହିଳା ନଫେରିବାରୁ ବାବା ସମ୍ପର୍କରେ ଜଣାପଡିଥିଲା । ପୋଲିସ ବାବା ନାନରାଙ୍କୁ ଗିରଫ କରିଥିଲା । ରିପୋର୍ଟ ଅନୁସାରେ ଭଣ୍ଡ ବାବା ଆଶ୍ରମରୁ ପ୍ରାୟ ଡଜେନରୁ ଅଧିକ ଅନୁଗତଙ୍କ ସହିତ ୧୧ ଜଣଙ୍କ ମୃତଦେହ ମିଳିଥିଲା । ଅନୁଗାମୀ ମାନଙ୍କୁ ସେ ନିଜ ମଳ ମୁତ୍ର ଭକ୍ଷଣ କରାଉଥିଲା । ଏହି ବାବାର କଳାକାରନାମା ଅନେକ ବର୍ଷ ଧରି ଚାଲୁଥିବା ବେଳେ ବର୍ତ୍ତମାନ ଏହାର ସମ୍ପୂର୍ଣ ସତ୍ୟ ସାମ୍ନାକୁ ଆସିଛି ।