ମଣ୍ଡଳଭୀମା ବାଲିଯାତ୍ରା ଉପଲକ୍ଷେ ଧନୁଯାତ୍ରା ମହୋତ୍ସବ

ଓଡ଼ିଆ ବାର୍ତ୍ତା/ ଚନ୍ଦାହାଣ୍ଡି (କାମିନୀ ରଞ୍ଜନ ପାଣ୍ଡେ): ଚନ୍ଦାହାଣ୍ଡି ସଦର ମହକୁମାରେ ଗତ ଶନିବାର ଠାରୁ ଧନୁଯାତ୍ରା ଶୁଭାରମ୍ଭ ହୋଇଥିବା ବେଳେ ଏହାର ପ୍ରଥମ ରଜନୀରେ ନାଟକ କଂସ ବଧର ପ୍ରଥମ ସୋପାନରେ କଂସ ଜନ୍ମ, ଦ୍ଵିତୀୟ ରଜନୀରେ ଇନ୍ଦୁମତି ହରଣ, ତୃତୀୟ ରଜନୀରେ ରାକ୍ଷାସ ଦୁର୍ମିଳାସୁର ବଦ୍ଧ ହୋଇଥିଲା। ଚ଼ତୁର୍ଥ ରଜନୀରେ ରଜନୀରେ ଦେବକୀ ବିବାହ କାର୍ଯ୍ୟକ୍ରମ, କୃଷ୍ଣ ଜନ୍ମ ଏବଂ ପଞ୍ଚମ ରଜନୀରେ, କୃଷ୍ଣ ନାମକରଣ ଓ ନନ୍ଦ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମହାରାଜ କଂସଙ୍କୁ ଚନ୍ଦାହାଣ୍ଡି ଗ୍ରାମବାସୀ ପ୍ରତ୍ୟହ ସନ୍ଧ୍ୟାରେ ଏକ ସୁସଜ୍ଜିତ ରଥରେ ବାଜାବାଜଣା ଓ ହୁଳହୁଳି ଦେଇ ନଗର ପରିକ୍ରମା କରାଇବା ସହ ପାଛୋଟି ଆଣିଥାନ୍ତି । ଆଜି ପଞ୍ଚମ ଦିନରେ ମହାରାଜ ମଞ୍ଚରେ ପହଞ୍ଚି ଅଞ୍ଚଳର ସାମ୍ବାଦିକ ମାନଙ୍କୁ ଡକାଇ ଅଞ୍ଚଳର ସମସ୍ୟା ପଚାରି ବୁଝିଛନ୍ତି । ଆଜି ପଞ୍ଚମ ରଜନୀରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଦିଲୀପ କୁମାର ଦାସ, ମନୋଜ କୁମାର ପାଣ୍ଡି, କାମିନୀ ରଞ୍ଜନ ପାଣ୍ଡେ, ବାସୁଦେବ ସୁନା, ସଂଗ୍ରାମ କେଶରୀ ସାହୁ,ପୂର୍ଣଚନ୍ଦ୍ର ଟାକ୍ରି ପ୍ରମୁଖ ଉପସ୍ଥିତ ଥିଲେ। ଚନ୍ଦାହାଣ୍ଡି ଭଳି ଉପାନ୍ତ ଅଞ୍ଚଳରେ ଏଭଳି ଏକ ପୌରାଣିକ ନାଟକର ଆୟୋଜନ କରି ଅଞ୍ଚଳବାସୀକୁ ପୂରଣ ସମ୍ପର୍କରେ ଭାବାଦର୍ଶ କରାଯାଇଥିବାରୁ ବ୍ଲକବାସୀ ଧନୁଯାତ୍ରା କମିଟି ତଥା ଆୟୋଜକ ମାନଙ୍କୁ ପ୍ରଶଂସା କରିଥିଲେ। ମହାମାରୀ କରୋନା ପରେଏହି ଧନୁଯାତ୍ରା ଦଶ ଦିନ ଚାଲିବାକୁ ଥିବା ବେଳେ, ଧନୁଯାତ୍ରା ଓ ମୀନାବଜାର ଦେଖିବା ନିମନ୍ତେ ଚନ୍ଦାହାଣ୍ଡି ବ୍ଲକ ସମେତ ସୀମାନ୍ତ ଛତିଶଗତ ଏବଂ ପଡୋଶୀ କଳାହାଣ୍ଡି, ନୂଆପଡା ଜିଲ୍ଲାର ହଜାର ହଜାର ଦର୍ଶକ ଉପସ୍ଥିତ ରହି ଉପଭୋଗ କରିଥିଲେ। ବରଗଡ଼ ଜିଲ୍ଲାର ବରିଷ୍ଠ ନାଟ୍ୟ ଓ ଫିଲ୍ମ କଳାକାର ସୁଶୀଲ ମେହେର କଂସ ଭୂମିକାରେ ଅଭିନୟକରୁଥିବା ବେଳେ, ତାଙ୍କର ଏହି କାର୍ଯ୍ୟକ୍ରମକୁ ଜନସାଧାରଣ ରେ ଢେର୍ ପ୍ରଶଂସା ମିଳୁଥିବା ଜଣା ପଡ଼ିଛି। ଏହି କାର୍ଯ୍ୟକ୍ରମକୁ ଧନୁଯାତ୍ରା କମିଟି ସଭାପତି ଦୁର୍ଯୋଧନ ପୂଜାରୀ, ସମ୍ପାଦକ କମଲ ପୂଜାରୀ, ରତ୍ନାକର ପୂଜାରୀ(ସୁଶୀଲ), ହିରଣ୍ୟ ମର୍କାମ, ଗୋବିନ୍ଦ ପୂଜାରୀ, କୃଷ୍ଣ ପୂଜାରୀ, କୈଳାଶ ବେହେରା, ଲଳିତ ପାଣ୍ଡେ, ଜଗଦୀଶ ପାଣ୍ଡେ, କୁନୁ ଦଣ୍ଡସେନା, ମୁରଲୀ ମୋହନ ରାଓ, କବେନ୍ଦ୍ର ଜଗତ, ବବି ବିଶୋଇ, ଗୌତମ ଜୈନ, ଉମେଶ ସୁନା, ମୁରଲୀ ସାଗର, ବାସୁଦେବ ସୁନା, ମନୋଜ ମାଝୀ, ଆକାଶ ମାଝୀ, ସୁରୁ ମାଳି, କ୍ରିଷ୍ଣା ପ୍ରମୁଖ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.