ଐତିହାସିକ ଅମାଠ ଗଡରେ ନିର୍ମିତ ହେବ ନୂତନ ଶିବ ମନ୍ଦିର

ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଲେ ୩ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ପ୍ରାଚୀନ ମହାକାନ୍ତାର ସଭ୍ୟତାର ସ୍ମାରକୀ ବହନ କରୁଥିବା ଅମାଠ ଗଡର ସ୍ବତନ୍ତ୍ର ପୃଷ୍ଠଭୂମୀ ରହିଛି। ସମୟର କରାଳ ଗ୍ରାସରେ ଏହି ସଭ୍ୟତା ବିଳିନ ହୋଇଯାଇଥିଲେ ମଧ୍ୟ ଆଜି କେସିଙ୍ଗା ବ୍ଲକର ଏହି ସ୍ଥାନ ଉଭୟ ଐତିହାସିକ ଓ ଧାର୍ମିକ ପୀଠସ୍ଥଳୀର ଗୁରୁତ୍ବ ବହନ କରି ଆସୁଛି । କଳାହାଣ୍ଡି ବଲାଙ୍ଗୀର ସୀମା ତେଲ ନଦୀ କୂଳର ବଜରଙ୍ଗ ଗଡ ସଂରକ୍ଷିତ ଜଙ୍ଗଲ ଅମାଠ ଗଡର ଚାନ୍ଦଲି ପର୍ବତ ପାଦ ଦେଶରେ ରହିଛି ଏକ ଶିବ ମନ୍ଦିର । ଏହାର ପୁର୍ବ ପାର୍ଶ୍ଵରେ ଏକ ଶିଆଳି ବୁଟା ମୂଳରୁ ବହି ଯାଉଛି ଝରଣା । ୧୯୮୧ ମସିହାରେ ସମ୍ବଲପୁରର ଡ଼ଃ ପ୍ରଶାନ୍ତ କୁମାର ହୋତା ଏହି ଶିବ ମନ୍ଦିର ନିର୍ମାଣ କରିଥିଲେ । ତେବେ ଏହି ମନ୍ଦିରର ଛାତ ଖଣ୍ଡ ଖଣ୍ଡ ହେଇ ଖସୁ ଥିବାରୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପୁରୁଣା ମନ୍ଦିରକୁ ଭାଙ୍ଗି ନୂତନ ମନ୍ଦିର ତିଆରି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କ୍ରମରେ ବହୁ ସଂଖ୍ୟକ ଭକ୍ତଙ୍କ ଉପସ୍ଥିତିରେ ଏଠାରେ ନୂତନ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଛି ‌। ଏକ ଭକ୍ତିମୟ ପରିବେଶ ମଧ୍ୟରେ ଆୟୋଜିତ ଉକ୍ତ ଶିଳାନ୍ୟାସ ଉତ୍ସବରେ କଳାହାଣ୍ଡିର ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ସଇଁତଲାର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ, ପୂର୍ବତନ ନର୍ଲା ବିଧାୟକ ଧନେଶ୍ଵର ମାଝୀ, ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, ନିହାର ରଞ୍ଜନ ବେହେରା, ନୁନମାଠ ସରପଞ୍ଚ ପ୍ରେମଲାଲ ଭୋଇ, ବେଲଖଣ୍ଡି ସରପଞ୍ଚ ସୁଶାନ୍ତ ବାଗ ପ୍ରମୁଖଙ୍କ ସହ କଳାହାଣ୍ଡି, ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

ମନ୍ଦିର ପରିଚାଳନା କମିଟି ସଭାପତି ଧୃବ ଚରଣ ପଟ୍ଟନାୟକ, ସମ୍ପାଦକ କାର୍ତ୍ତିକ ରଣା, କୋଷାଧ୍ୟକ୍ଷ ପ୍ରେମଲାଲ ଭୋଇଙ୍କ ନେତୃତ୍ୱରେ ବିଧି ପୂର୍ବକ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦିଗମ୍ବର ବେହେରା ଓ ତାଙ୍କ ଧର୍ମପତ୍ନୀ ଗୀତାଞ୍ଜଳି ମନ୍ଦିର ଶିଳାନ୍ୟାସର କର୍ତ୍ତା ଭାବେ ଦାଇତ୍ୱ ନିର୍ବାହ କରିଥିଲେ । ମନ୍ଦିର ନିର୍ମାଣ ପାଇଁ ନୟାଗଡ଼ ଜିଲ୍ଲାରୁ ମହାରଣା ମାଧବ ପ୍ରଧାନ ଓ ପ୍ରମୋଦ ମହାପାତ୍ରଙ୍କୁ ଦାଇତ୍ୱ ଦିଆଯାଇଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.