ବରିଷ୍ଠ ଫୁଟବଲ ଖେଳାଳି ଶ୍ରବଣ ଟିବେଡେଓ୍ବାଲାଙ୍କ ସ୍ମୃତିରେ ଶୋକ ସଭା

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ବରିଷ୍ଠ ଫୁଟବଲ ଖେଳାଳି ଶ୍ରବଣ ଟିବଡେୱେଲାଙ୍କ ଆବର୍ତ୍ତମାନରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । କେସିଙ୍ଗା ଏନ୍ଏସିର ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ନିକଟସ୍ଥ ସମତା ଭବନ ଠାରେ ଆୟୋଜିତ ଉକ୍ତ ଶୋକ ସଭାରେ ସ୍ବର୍ଗତ ଶ୍ରାବଣଙ୍କ ସୁପୁତ୍ର ଗଣପତି, ଧନପତି, ସହରର ବିଶିଷ୍ଟ ବ୍ୟକ୍ତି ଗିରିଧାରୀ, ଗଜାନନ, ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ଗଣମାଧ୍ୟମ ପ୍ରତିନିଧି ସମେତ କେସିଙ୍ଗା ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଠାରେ ସୂଚନାଯୋଗ୍ୟ ଯେ, ସ୍ବର୍ଗତ ଶ୍ରବଣ ଟିବଡେୱେଲା ଜଣେ ଦକ୍ଷ ଫୁଟବଲ ଖେଳାଳିଥିଲେ । ସେ ୧୯୪୮ ମସିହା ଅପ୍ରେଲ ୧୪ ତାରିଖ ଦିନ ଜନ୍ମ ଗ୍ରହଣ କରିଥିବା ବେଳେ ୨୦୨୨ ମସିହା ମଇ ୪ ତାରିଖରେ ଇହଲିଳା ସମ୍ବରଣ କରିଥିଲେ । ତାଙ୍କ ବିୟୋଗରେ ରାଜ୍ୟ ତଥା ଦେଶର ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.