ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ସ୍ଥାନୀୟ ରାଉଳ ଶିବ ମନ୍ଦିରର ପରିମଳ ବ୍ୟବସ୍ଥା ତଦାରଖ କରିଅଛନ୍ତି କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ । ଦୁଇ ଦିନ ଧରି ବର୍ଷା ହୋଇଥିବା ଯୋଗୁଁ ଏହି ଅଞ୍ଚଳର ପରିମଳ ବ୍ୟବସ୍ଥା ବିଗିଡି ଯାଇଛି । ଅଧ୍ୟକ୍ଷ ଶ୍ରୀ ସେଠୀ ଏଠାରୁ ତୁରନ୍ତ ଅଳିଆ ଗଦାକୁ ସଫା କରିବାକୁ ନିର୍ଦ୍ଦେଶ ଦେବା ଆଖ ପାଖ ଅଞ୍ଚଳର ସମସ୍ୟା ଉପରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ । ଏହାସହ ଏହି ଅଞ୍ଚଳରେ ଥିବା ସମସ୍ୟାକୁ ଖୁବ ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ।