ବିନା ସୂଚନା ଫଳକରେ ଚାଲିଛି କୋଟି କୋଟି ଟଙ୍କାର କୋଠା ନିର୍ମାଣ କାର୍ଯ୍ୟ

ନିମ୍ନମାନର କାର୍ଯ୍ୟ ନେଇ ଅସନ୍ତୋଷ ଅଞ୍ଚଳବାସୀ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗା ସହରରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଚାଲିଛି । ଏଥିପାଇଁ କୋଟି କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ତେବେ ବିନା ସୂଚନା ଫଳକରେ କାମ ଚାଲିଥିବାରୁ ସାଧାରଣ ଜନତା ଏହି କାର୍ଯ୍ୟ ବିଷୟରେ ସଂପୂର୍ଣ୍ଣ ଅଜ୍ଞ ରହିଛନ୍ତି । ଲୋକଙ୍କ ଅଭିଯୋଗ ହେଲା ଏକରେତ ସୂଚନା ଫଳକ ଲାଗି ନାହିଁ ଦ୍ଵିତୀୟରେ କାମ ନିମ୍ନମାନର ହେଉଛି । ଅନେକ ସମୟରେ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହୁନଥିବାରୁ ଠିକାଦାର ବାଲି-ସିମେଣ୍ଟ ଓ ଅନ୍ୟାନ୍ୟ ଉପାଦାନ ଠିକ୍ ରଖୁ ନାହାନ୍ତି । ନିମ୍ନ ମାନର ଛଡରେ ଚାଲିଛି କାମ, ଯାହା କାର୍ଯ୍ୟର ସ୍ଥାୟୀତ୍ବ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପିଡ୍ଲୁଡି ବିଭାଗ ଅଧିନ ଏହି କାର୍ଯ୍ୟ ଠିକାଦାରଙ୍କ ମୁନସୀଙ୍କ ଦ୍ବାରା ଚାଲିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି କେସିଙ୍ଗା ମହାବିଦ୍ୟାଳୟ ପରିସରରେ ମଧ୍ୟ ଦୁଇ ମହଲା ବିଶିଷ୍ଟ ଶ୍ରେଣୀ ଗୃହରେ ଅତି ନିମ୍ନମାନର ଲୁହା ରଡ଼ ଲଗା ଯାଉଥିବାର ଅଭିଯୋଗ ହେଉଛି । ଭୁବନେଶ୍ୱରରୁ ୫ଜଣିଆ ତଦନ୍ତ କାରି ଟିମ କେସିଙ୍ଗା ମହାବିଦ୍ୟାଳୟର ନିର୍ମାଣଧୀନ ବିଲ୍ଡିଂକୁ ପରିଦର୍ଶନ ସମୟରେ ପିଲରରେ ଲଗା ଯାଇଥିବା ନିମ୍ନ ମାନର ଲୁହା ରଡ଼କୁ ବାହାର କରାଯାଇଥିଲା । ବର୍ତ୍ତମାନ ଚାଲିଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟରେ ନିମ୍ନମାନର ଛଡ ଓ ସାମଗ୍ରୀ ବ୍ୟବହାର ହେଉଥିବା ଅଭିଯୋଗ ଆସିଛି । ଏହାକୁ ନେଇ ଅଞ୍ଚଳର ଜନସାଧାରଣ, ବୁଦ୍ଧିଜୀବୀ ଓ କ୍ରିଡ଼ା ପ୍ରେମୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଏ ନେଇ ପି.ଡବ୍ଲୁ.ଡି ବିଭାଗର ଏସଡ଼ିଓ ଭଗବାନ ସାହୁଙ୍କୁ ପଚାରିବାରୁ ଜିନ୍ଦଲ କମ୍ପାନୀର ରଡ଼ ଲଗା ଯାଉଛି, କିଛି ନିମ୍ନ ମାନର କାମ ହେଉନି ବୋଲି କହିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.