ସାହିତ୍ୟ ଜୀବନ ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟ ସ୍ତରୀୟ କବିତା ଆସର ଓ ଆଲୋଚନା ଚକ୍ର

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ସାହିତ୍ୟ ଜୀବନ ସାହିତ୍ୟ ସଂସଦର ସଂପାଦକ ପବିତ୍ର ବେହେରାଙ୍କ ଉଦ୍ୟମ କ୍ରମେ ଗୁଗଲ ମିଟ ମାଧ୍ୟମରେ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ଜିଲ୍ଲାର ଏହି ଅନୁଷ୍ଠାନର ଏହା ଏକ ସ୍ୱାଗତଯୋଗ୍ୟ କାର୍ଯ୍ୟକ୍ରମ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି । ଅନୁଷ୍ଠାନର ସଂଯୋଜିକା ଦୀପ୍ତି ରାଣୀ ସିଂହ ତାଳଚେର ଅନୁଗୋଳରୁ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ସାଗର କୁମାର ପରିଡ଼ା କଟକରୁ ବେଦମନ୍ତ୍ର ପାଠ କରିଥିଲେ ଏବଂ ସଙ୍ଗୀତକାର ଲୋକେଶ କୁମାର ଜେନା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଡଃ ପ୍ରଶାନ୍ତ କୁମାର ‌ରଥ, ଅବସର ପ୍ରାପ୍ତ ପ୍ରାଧ୍ୟାପକ, ଓଡ଼ିଆ ବିଭାଗ, ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟ ତାଳଚେର, ଅନୁଗୋଳ ଜିଲ୍ଲାରୁ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟରେ ସାହିତ୍ୟିକଙ୍କ ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ରାହାସ ଚନ୍ଦ୍ର ନାଏକ, ଅନୁଗୋଳରୁ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ନିମନ୍ତେ ଆତ୍ମଚେଷ୍ଟା ସହିତ ପୂର୍ବ ପୁରୁଷଙ୍କର ପ୍ରକାଶିତ ସଙ୍କଳନକୁ ପଢି ମାର୍ଜିତ ହେବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ ଡଃ ପ୍ରସନ୍ନ କୁମାର ଦଳାଇ, କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟ ଗଞ୍ଜାମର ଇଂରାଜୀ ପ୍ରାଧ୍ୟାପକ ଭାଷା ସାହିତ୍ୟରେ ଉନ୍ନତି ପାଇଁ ବ୍ୟାକରଣର ଆବଶ୍ୟକତା ସହିତ ସମସ୍ତ ସାହିତ୍ୟିକ ଉର୍ଦ୍ଧ ମୁଖୀ ହୋଇ ଭାଷା ର ଉନ୍ନତି ପାଇଁ ଚେଷ୍ଟା କରିବା ଉଚିତ ବୋଲି କହିଥିଲେ । ଅମ୍ବିକା ସ୍ବାଇଁ ସମ୍ପାଦିକା- କୋଠଘର ଆମ ସାହିତ୍ୟ ପରିବାର, ଭୁବନେଶ୍ୱର ଏବଂ ସୁଶ୍ରୀ ମାନିନୀ ମିଶ୍, କ୍ରିଏଟିଭ ହେଡ: ନିର୍ଭୟ ଖବର କାଗଜ ଅତି ସୁନ୍ଦର ଭାବରେ ଭାଷାର ବିକାଶ ନିମନ୍ତେ ସାହିତ୍ୟିକଙ୍କ ଭୂମିକା ବିସ୍ତୃତ ଆଲୋଚନା କରିଥିଲେ । ଅନୁଷ୍ଠାନର ଉପ ସଭାନେତ୍ରୀ ଶୋଭାଗିନି ନନ୍ଦ ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ପାଇଁ ସମଗ୍ର ସାହିତ୍ୟିକଙ୍କର ଆତ୍ମଚେଷ୍ଟା ରହିବା ଉଚିତ ବୋଲି ମତପୋଷଣ ପ୍ରଦାନ କରିବା ସହିତ ସମସ୍ତ ଅତିଥି ଏବଂ କବିତା ଗୁଡ଼ିକର ଖୁବ୍ ସୁନ୍ଦର ସମୀକ୍ଷା କରିଥିଲେ । ସମସ୍ତ କବିତା ଗୁଡ଼ିକର ସଂଯୋଜନା ପଦ୍ମିନୀ ସାହୁ ଦେବଗଡ଼ରୁ କରିଥିଲାବେଳେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ତିରିଶିରୁ ଉର୍ଦ୍ଧ କବି କବୟତ୍ରୀ କବିତା ପାଠ କରିଥିଲେ । ବର୍ଷା ଲକ୍ଷ୍ମୀ ସ୍ୱାଇଁ, ସୁରଥ ପାଇକ, ଟୋନିସ ରୋହିଦାସ, ମୁକ୍ତିରାଣୀ ଦେବତା, ମମତା ବାରିକ, କୃଷ୍ଣେନ୍ଦୁ ହୋତା, ପବିତ୍ର ବେହେରା, ବର୍ଷା ରାଣୀ ମହାମଲ୍ଲିକ, ଶୁଭମ୍ କୁମାର ସାହୁ, ଶିବାନନ୍ଦ ବାରିକ, ଗୀତାଞ୍ଜଳି ସେଠ୍, ସହଦେବ ବେହେରା ପ୍ରଭୁତି କବିତା ପାଠ କରିଥିଲେ । ପରିଶେଷରେ ଅନୁଷ୍ଠାନର ପରିଚାଳନା ସମ୍ପାଦିକା ରୀତା ଅପରାଜିତା ମହାନ୍ତି ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.