ଗୋଟିଏ କୋଠରିରେ ୮ଟି ଶ୍ରେଣୀ : ଅବ୍ୟବସ୍ଥା ଘେରରେ ବୋରପଦର ସ୍କୁଲ

ଖୋଲା ଆକାଶ ତଳେ ବସି ପିଲା ଖାଉଛନ୍ତି ମଧ୍ୟାହ୍ନ ଭୋଜନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଳକ ପାହାଡ଼ପଦର ପଞ୍ଚାୟତ ଅନ୍ତର୍ଗତ ବୋରପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନାନା ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ୧୯୬୬ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଶିକ୍ଷା ଦାନ ପାଇଁ ୩ଜଣ ଶିକ୍ଷକ ଅଛନ୍ତି। କିନ୍ତୁ ୮ ଶ୍ରେଣୀ ପିଲାଙ୍କ ପାଇଁ ମାତ୍ର ଗୋଟିଏ କୋଠରି ରହିଛି। ଗୋଟିଏ କୋଠରି ଓ ସ୍କୁଲ ବାରଣ୍ଡାରେ ବସାଇ ପିଲାଙ୍କୁ ପାଠ ପଢାଇବା ସମ୍ଭବ ହୋଇ ପାରୁନାହିଁ ବୋଲି ସ୍କୁଲ ପରିଚାଳନା କମିଟି ସଭାପତି ବୈଦ୍ୟନାଥ ନାଏକ ଓ ଶିକ୍ଷକ ମାନେ ପ୍ରକାଶ କରିଛନ୍ତି। ସ୍କୁଲକୁ ନେଇ ବ୍ଳକ ଶିକ୍ଷା ବିଭାଗ, ଗ୍ରାମପଞ୍ଚାୟତଠାରୁ ବ୍ଳକ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଶୁଣୁନଥିବା ଅଭିଯୋଗ କରିଛି ସ୍କୁଲ ପରିଚାଳନା କମିଟି। ସେହିପରି ସ୍କୁଲରେ ପାଚିରି ନାହିଁ, ସ୍କୁଲ ସାମ୍ନାରେ ଥିବା ନଳକୂପରେ ଗୋଳିଆ ପାଣି ବାହାରୁଥିବା ବେଳେ ଗୋଟିଏ ବାଲଟି ପାଣି ବାହାରି ପରେ ଆଉ ପାଣି ବାହାରୁ ନାହିଁ। ରୋଷେଇ ଘର ନାହିଁ। ରାନ୍ଧିବା ସ୍ଥାନରେ ଡାଳ ଛାମୁଡ଼ା କରି ମଧ୍ୟାନ ଭୋଜନ ରାନ୍ଧିବା ସହିତ ଛାତ୍ରଛାତ୍ରୀଙ୍କୁ ଖାଇବା ଯୋଗାଉଛନ୍ତି ଗାଁର ଏସଏସଜି ମହିଳା ମାନେ। ସ୍କୁଲରେ ପିଲାଙ୍କୁ ବସିବାକୁ ବାରଣ୍ଡା ନଥିବା ଯୋଗୁଁ ଖୁଲା ଆକାଶ ତଳେ ବସି ମଧ୍ୟାନ ଭୋଜନ ଖାଉଛନ୍ତି ସ୍କୁଲର ଛାତ୍ରଛାତ୍ରୀମାନେ। ଏନେଇ ବ୍ଳକ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକଙ୍କୁ ପଚାରିବାରୁ ବୋରପଦର ସ୍କୁଲରେ ପ୍ରକୃତରେ ଅବ୍ୟବସ୍ଥା ରହିଛି। ବର୍ତ୍ତମାନ ଏହି ଦାଇତ୍ୱ ସରକାର ପଞ୍ଚାୟତରାଜ ବିଭାଗକୁ ହସ୍ତାନ୍ତର କରିଛନ୍ତି। ବ୍ଳକ ପ୍ରଶାସନ ଓ ଗ୍ରାମ ପଞ୍ଚାୟତ ଏଥିପ୍ରତି ଦୃଷ୍ଟି ଦେବା କଥା ବୋଲି ପ୍ରକାଶ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.