ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ଏକ ପ୍ରତିନିଧି ଦଳ ଶନିବାର ସନ୍ଧ୍ୟାରେ କଳାହାଣ୍ଡିର ନୂତନ ଏସପି ଅଭିଳାଷ ଜିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ଫେଡେରେସନର କାର୍ଯ୍ୟକର୍ତ୍ତା ଏସପିଙ୍କ ସହିତ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଅଲ୍ ଓଡିଶା ସିଡ୍ୟୁଲ କାଷ୍ଟ ଫେଡେରେସନ ସଭାପତି ଧନଞ୍ଜୟ ଦୀପ, ଉପସଭାପତି ଶଙ୍କର ମେହେର, ସାଧାରଣ ସଂପାଦକ ଯତୀନ୍ଦ୍ର କର, ଆଇନ ବିଭାଗର ମୁଖ୍ୟ ଛବିବାଲ ନିଆଲ, ଆଇନ ବିଭାଗ ଅତିରିକ୍ତ ମୁଖ୍ୟ ସୂର୍ଯ୍ୟ ନାରାୟଣ କୁମାର, କୋଷାଧ୍ୟକ୍ଷ ଚୈତନ୍ୟ ବେମାଲ, ଯୁବବିଭାଗ ମୁଖ୍ୟ ତେଜରାଜ ବେହେରା, ବିଏମପି ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ଜଗଦୀଶ ଯାଦବ, ବିଏସପିର ଜିଲ୍ଲା ସଭାପତି ଜଳନ୍ଧର ବେହେରା, ଭୀମ ଆର୍ମୀର ଜିଲ୍ଲା ସଭାପତି ରଜନୀକାନ୍ତ ସମର୍ଲିଆ, ସାଧାରଣ ସଂପାଦକ ଲକ୍ଷ୍ମଣ ମେହେର ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ହୋଇଥିଲେ ।