ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଗାରିମା ସ୍କିମ ତତ୍ତ୍ଵାବଧାନରେ କେସିଙ୍ଗା ଏନ୍ଏସି ଆନୁକୁଲ୍ୟ ଓ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସହଯୋଗରେ ମାଗଣା ସ୍ୱଚ୍ଛ କର୍ମୀ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହେଇଯାଇଛି। ଏଥିରେ କେସିଙ୍ଗା ପୌରପରିଷଦର ୫୯ ଜଣ ସ୍ୱଚ୍ଛ କର୍ମୀ ସାମିଲ ହୋଇ ନିଜର ସ୍ଵାସ୍ଥ୍ୟ ଯାଞ୍ଚ କରି ମାଗଣା ଔଷଧ, ବିଭିନ୍ନ ପ୍ରକାରର ରକ୍ତ ପରୀକ୍ଷା କରାଇଥିଲେ। ଏହି ଶିବିର ପରିଚାଳନାରେ କେସିଙ୍ଗା ଡାକ୍ତରଖାନାର ଡ଼ା ସୁବାସ ଚନ୍ଦ୍ର ବେହେରା, ଡ଼ା ନାରାୟଣ ପଣ୍ଡା,
ଏକାଉଣ୍ଟ ମ୍ୟାନେଜର ବିଶ୍ଵ ପ୍ରଧନୀ, ପୌରପରିଷଦର ନିର୍ବାହୀ ଅଧିକାରୀ କିରଣ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।