ମହାରାଜା କଂସଙ୍କ ଦରବାରରେ ହାଜର ହେଲେ ଶିକ୍ଷା ବିଭାଗ କର୍ମଚାରୀ

ସପ୍ତମ ଦିନରେ ଚନ୍ଦାହାଣ୍ଡି ଧନୁଯାତ୍ରା ମହୋତ୍ସବ

ଓଡ଼ିଆ ବାର୍ତ୍ତା/ ଚନ୍ଦାହାଣ୍ଡି (କାମିନୀ ରଞ୍ଜନ ପାଣ୍ଡେ): ଚନ୍ଦାହାଣ୍ଡି ସଦର ମହକୁମାରେ ଗତ ଶନିବାର ଠାରୁ ଧନୁଯାତ୍ରା ଶୁଭାରମ୍ଭ ହୋଇଥିବା ବେଳେ ଏହାର ସପ୍ତମ ରଜନୀରେ ପୁତୁନା ନିଧନରେ କଂସ ମର୍ମାହତ ଏବଂ ନାରଦଙ୍କ ପରାମର୍ଶ କ୍ରମେ ଅଷ୍ଟମଲ ଗୋପପୁରରେ ପ୍ରେରଣ ମଞ୍ଚସ୍ଥ ହୋଇଥିଲା। ମହାରାଜ କଂସ ମଥୁରା ନଗରୀ କୁ ପରିକ୍ରମା କରିବା ପରେ ତାଙ୍କ ରାଜଦରବାରରେ ପହଂଚି ଥିଲେ। ଆଜି ସପ୍ତମ ଦିନରେ ମହାରାଜ ମଞ୍ଚରେ ପହଞ୍ଚି ନିମନ୍ତ୍ରିତ ହୋଇଥିବା ସମସ୍ତ ଶିକ୍ଷା ବିଭାଗ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶିକ୍ଷା ବିଭାଗର ସମସ୍ୟା ପଚାରି ବୁଝିବା ସହ ସମସ୍ତ ଚନ୍ଦାହାଣ୍ଡି ବ୍ଲକକୁ ଉଚିତ ଶିକ୍ଷା ପ୍ରଦାନ କରି ଚନ୍ଦାହାଣ୍ଡି ବ୍ଲକବାସୀଙ୍କୁ ଶିକ୍ଷା କ୍ଷେତ୍ରରେ ଆଗେଇନେବାକୁ ଶିକ୍ଷା ବିଭାଗର ଅତିରିକ୍ତ ଗୋଷ୍ଠୀ ଅତିରିକ୍ତ ଶିକ୍ଷା ଅଧକାରୀ ଓ ଶିକ୍ଷକ ମାନଙ୍କୁ ମହାରାଜ କଂସ ପରାମର୍ଶ ଦେଇଥିଲେ। ଅଷ୍ଟମ ରଜନୀରେ ସମ୍ମାନିତ ଅତିଥି ଭାବେ ବିଜୟାନନ୍ଦ ସୋରୀ (ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ), ପ୍ରେମଚାନ୍ଦ ସିଂ ଧୁରୁଆ (ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ), ନୀଳକଣ୍ଠ ଦାସ (ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ), ନାଜରାନା ପରବିନ (ପ୍ରଧାନ ଶିକ୍ଷୟତ୍ରୀ ମୋହରା ବାଳିକା ଉଚ୍ଚ ବିଦ୍ୟାଳୟ), କାହ୍ନୁ ଚରଣ ଗାଙ୍ଗି( ଶିକ୍ଷକ ଓଡିଶା ଆଦର୍ଶ ବିଦ୍ୟାଳୟ ଫଟକି) ପ୍ରମୁଖ ଯୋଗ ଦେଇଥିଲେ। ଏହି ଧନୁଯାତ୍ରା ଦଶ ଦିନ ଚାଲିବାକୁ ଥିବା ବେଳେ ଧନୁଯାତ୍ରା ଓ ମୀନାବଜାର ଦେଖିବା ନିମନ୍ତେ ଚନ୍ଦାହାଣ୍ଡି ବ୍ଲକ ସମେତ ସୀମାନ୍ତ ଛତିଶଗତ ଏବଂ ପଡୋଶୀ କଳାହାଣ୍ଡି, ନୂଆପଡା ଜିଲ୍ଲାର ହଜାର ହଜାର ଦର୍ଶକ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଧନୁଯାତ୍ରାକୁ ମନଭରି ଉପଭୋଗ କରିଥିଲେ । ବରଗଡ଼ ଜିଲ୍ଲାର ବରିଷ୍ଠ ନାଟ୍ୟ ଓ ଫିଲ୍ମ କଳାକାର ସୁଶୀଲ ମେହେର କଂସ ଭୂମିକାରେ ଅଭିନୟ କରୁଥିବା ବେଳେ, ମହମନ୍ତ୍ରୀ ଭୂମିକାରେ ଶ୍ୟାମ ପୋଢ଼, ସେନାପତୀ ଭୂମିକାରେ ହଂସଧ୍ୱଜ, ନାରଦ ଭୂମିକାରେ ଜପ ଭୋଇ, ବସୁଦେବ ଭୂମିକାରେ ନରସିଂ ରଥ, ଦେବକୀ ଭୂମିକାରେ କାଜଲ ମହାପାତ୍ର, ପୁତୁନା ଭୂମିକାରେ ରିଙ୍କି ଦୀପ, ମହାରାଣୀ ଭୂମିକାରେ ଚାନ୍ଦିନୀ ଯାଦବ, ସାରଥୀ ଭୂମିକାରେ ଜଗବନ୍ଧୁ ପଟ୍ଟନାୟକ୍, ନୃତ୍ୟ ନିର୍ଦେଶକ ସାଗର, ନୃତ୍ୟାଙ୍ଗନାରେ ଚାନ୍ଦିନୀ, ପୂଜା ଏବଂ ସଂଗୀତାଂଶରେ ଗଜେନ୍ଦ୍ର ଗଣ୍ଡ(ଦୁରଦର୍ଶନ), ଜୟଲାଲ ବାଘ, ସୁଦାମ କୁମ୍ବାର (ଅର୍ଗାନ,ତବଲା,ପେଡ) ପ୍ରମୁଖ କଳା ପ୍ରଦର୍ଶନ କରୁଛନ୍ତି। ଏହି କାର୍ଯ୍ୟକ୍ରମକୁ ଜନସାଧାରଣରେ ଢେର୍ ପ୍ରଶଂସା ମିଳୁଥିବା ଜଣା ପଡ଼ିଛି। ଏହି କାର୍ଯ୍ୟକ୍ରମକୁ ଧନୁଯାତ୍ରା କମିଟି ସଭାପତି ଦୁର୍ଯୋଧନ ପୂଜାରୀ, ସମ୍ପାଦକ କମଲ ପୂଜାରୀ, ରତ୍ନାକର ପୂଜାରୀ (ସୁଶୀଲ), ହିରଣ୍ୟ ମର୍କାମ, ଗୋବିନ୍ଦ ପୂଜାରୀ, କୃଷ୍ଣ ପୂଜାରୀ, କୈଳାଶ ବେହେରା, ଲଳିତ ପାଣ୍ଡେ, ଜଗଦୀଶ ରାଉତ, କୁନୁ ଦଣ୍ଡସେନା, ମୁରଲୀ ମୋହନ ରାଓ, କବେନ୍ଦ୍ର ଜଗତ, ବବି ବିଶୋଇ, ଗୌତମ ଜୈନ, ଉମେଶ ସୁନା, ମୁରଲୀ ସାଗର, ବାସୁଦେବ ସୁନା,ମନୋଜ ମାଝୀ, ଆକାଶ ମାଝୀ, ସୁରୁ ମାଳି, କ୍ରିଷ୍ଣା ପ୍ରମୁଖ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ନଳିନୀ ରଂଜନ ଦାସ ମଞ୍ଚ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.