ବଞ୍ଜାରୀ ଘାଟି ନିକଟରେ କଣ୍ଟେନର ଓ ପିକଅପ ଭ୍ୟାନକୁ ପିଟିଲା ମହୁଲ ବୋଝେଇ ଟ୍ରକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନଂ ରାଜ୍ୟ ରାଜପଥର ବଞ୍ଜାରୀ ଘାଟି ନିକଟରେ ଘଟିଛି ଏକ ଟ୍ରକ ଦୁର୍ଘଟଣା। ଫୁଲବାଣୀରୁ ମହୁଲ ବୋଝେଇ କରି ବଲାଙ୍ଗିର ଯାଉଥିବା ଏକ ଟ୍ରକ ବ୍ରେକ ଫେଲ ହୋଇଯିବାରୁ ବଞ୍ଜାରୀ ଘାଟି ନିକଟରେ ଗୋଟିଏ ପିକଅପ ଭ୍ୟାନ ଏବଂ ଆଲୁମିନିୟମ ବୋଝେଇ କଣ୍ଟେନରକୁ ଧକ୍କା ଦେଇଛି। ଟ୍ରକଟି ଧକ୍କା ଦେବା ଫଳରେ ପିକଅପ ଭ୍ୟାନ ଏବଂ ଆଲୋମିନିୟମ ବୋଝେଇ କଣ୍ଟେନରଟି ସାମ୍ନା ପଟୁ ଚୁରମାର ହୋଇଯାଇଥିବା ବେଳେ ବ୍ରେକ ଫେଲ ହୋଇଯିବା ଟ୍ରକ ମଧ୍ୟ ଆଗପଟ କ୍ଷତିଗ୍ରସ୍ତ ହୋଇଛି। ଏଥିରେ କୈାଣସି କାହାର କ୍ଷୟକ୍ଷତି ହୋଇନଥିବା ବେଳେ ପାଞ୍ଚ ଏ ସମ୍ପର୍କରେ ଖବର ପାଇ ସିକେରକୁପା ଫାଣ୍ଡି ପୋଲିସ ପକ୍ଷରୁ ଘଟଣା ସ୍ଥଳରେ ପହଞ୍ଚି ଗାଡିଗୁଡିକ ଜବତ କରାଯାଇଥିବା ବେଳେ ଡ଼୍ରାଇଭର ମାନଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ତେବେ ୬ନଂ ରାଜ୍ୟ ରାଜପଥର ଭବାନୀପାଟଣା ଠାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ରାସ୍ତାର ସାନ୍ତପୁରରୁ କିଡିଙ୍ଗ ମଧ୍ୟରେ ଦିନ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ବେଳେ କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ସହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.