ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କିକିଆ ଗ୍ରାମପଞ୍ଚାୟତ ଅଧୀନ ଡଙ୍ଗରମୁର୍ଲି ଗ୍ରାମର ଦୁଇ ଦିବ୍ୟାଙ୍ଗ ଭାଇ ଭଉଣୀ ସାମାଜିକ ସୁରକ୍ଷା ଭତ୍ତା କିମ୍ବା ସରକାରୀ ସାହାଯ୍ୟ ସହଯୋଗ ପାଇବାରୁ ବଞ୍ଚିତ ଅଛନ୍ତି । ୭୫% ଭିନ୍ନକ୍ଷମ ଥିବା ଏହି ଭାଇ ଭଉଣୀ ହେଲେ ଯୁଗଳ ହରିଜନ ଓ ମଧୁ ହରିଜନ । ଏମାନେ ମାନସିକ ଅନଗ୍ରସ ହୋଇଥିବାବେଳେ ଭତ୍ତା ଖଣ୍ଡେ ଯୋଗାଇ ଦେବା ପାଇଁ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି । ଯୁବ ସମାଜସେବୀ ମହିପାଳ ପୋଡ଼ ଓ ଗ୍ରାମବାସୀମାନେ ଯଥାଶୀଘ୍ର ଏଦୁହିଁଙ୍କୁ ଭତ୍ତା ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତିି ।