ସଚେତନତାର ଅଭାବ : ରାସ୍ତାରେ ବୋହିଯାଉଛି ହଜାର ହଜାର ଲିଟର ଫିଲଟର ପାଣି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ଗ୍ରୀଷ୍ମ ଆସିଲେ ଆମେ ପ୍ରାୟତଃ ନଦୀ ଜଳ ଅପେକ୍ଷା ଭୂତଳ ଜଳ ଉପରେ ବିଶେଷ ଭାବରେ ନିର୍ଭର କରିଥାଉ। ଆମ ଦେଶରେ କୃଷି ପାଇଁ ୮୫ ପ୍ରତିଶତ, ଘରୋଇ କାମ ପାଇଁ ୫ ପ୍ରତିଶତ ଓ ଉଦ୍ୟୋଗ ପାଇଁ ପ୍ରାୟ ୧୦ ପ୍ରତିଶତ ଭୂ ତଳ ଜଳର ବ୍ୟବହାର ହୋଇଥାଏ। ଅପର୍ଯ୍ୟାପ୍ତ ଓ ବେପରୁଆ ଭାବରେ ଏଇ ଭୂତଳ ଜଳର ଦୋହନ ହେଉଥିବାରୁ ବର୍ତ୍ତମାନ ତାହା ଆଶ୍ଚର୍ଯ୍ୟ ଜନକ ଭାବରେ ୬୧ ପ୍ରତିଶତ ତଳକୁ ଖସିସାରିଛି ଓ ପ୍ରାୟ ଆମ ଦେଶର ଶତକଡା ୪୦ ପ୍ରତିଶତ ଅଞ୍ଚଳକୁ ଜଳ ସଙ୍କଟ ଓ ଶୁଖାଗ୍ରସ୍ତ କରିସାରିଛି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

ଏଭଳି ଏକ ଚିନ୍ତାଜନକ ସମସ୍ୟାକୁ ଆହୁରି ଟିକେ ସହାୟକ ହୋଇଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର। ଓଡ଼ିଶା ସରକାରଙ୍କ ଘରଘର ପାନୀୟ ଜଳ ପହଞ୍ଚାଇବାର ଯୋଜନାରେ ବର୍ଷେ ତଳେ ପିଏଚଡ଼ି ବିଭାଗ ପକ୍ଷରୁ ଠିକାଦାରଙ୍କ ଦ୍ୱାରା ପ୍ରତ୍ୟେକ ଘରକୁ ପ୍ଲାଷ୍ଟିକ ପାଇପ ଯୋଗେ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା କିନ୍ତୁ ସହରବାସୀଙ୍କ ଅଜ୍ଞାନତା, ଆର୍ଥିକ ଅସୁବିଧା ତଥା ବେପରୁଆ ମନବୃତ୍ତି ଯୋଗୁଁ ଅନେକ ସହରବାସୀ ନିଜନିଜ ଘରକୁ ସେଇ ସୁବିଧା ନେଇ ପାରିନାହାଁନ୍ତି। ଯା’ ଦ୍ୱାରା ରାସ୍ତାକଡ଼ରେ ବିଛାଯାଇଥିବା ଅନେକ ପ୍ଲାଷ୍ଟିକ ପାଇପ ଅକର୍ମଣ୍ୟ ହୋଇ ଓ ଫାଟିଯାଇ ସହରର ରାସ୍ତାସବୁକୁ କାଦୁଅ କରିବାରେ ଲାଗିଛି ଓ ଫିଲଟର ପାଣି ରାସ୍ତାରେ ଅକାରଣେ ବହି ଯାଉଥିବା ଦେଖିବାକୁ ମିଳିଛି । ଯେଉଁ ଫିଲଟର ପାଣି ରାସ୍ତାରେ ବୋହିଯାଉଛି ତାହା ଦିନକୁ ପ୍ରାୟ ୧୦ ହଜାର ଲିଟର ପାଣି ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି । ଯାହାକି ଏହି ଜଳ ହିଁ ଆମ ଜୀବନ, ଏହା ଜାଣି ସୁଦ୍ଧା ଆମ ପ୍ରଶାସନର ଚୁପରହି ନିରଵଦ୍ରଷ୍ଟା ସାଜିବା ଆଗାମୀ ଦିନ ପାଇଁ ଘୋର ଚିନ୍ତାର ବିଷୟ ଅଟେ । ତେଣୁ ଏଥିପ୍ରତି ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି ।

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.