ମଥୁରା ନଗରୀକୁ ଜିଲାପରିଷଦ ସଭ୍ୟା, ମା ଗୃହ ଓ ଅଗ୍ନିଶମ କର୍ମଚାରୀଙ୍କୁ କଂସଙ୍କ ଡାକରା

ନବମ ଦିନରେ ଚନ୍ଦାହାଣ୍ଡି ଧନୁଯାତ୍ରା ମହୋତ୍ସବ

ଓଡ଼ିଆ ବାର୍ତ୍ତା/ ଚନ୍ଦାହାଣ୍ଡି (କାମିନୀ ରଞ୍ଜନ ପାଣ୍ଡେ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସଦର ମହକୁମାରେ ଚାଲିଥିବା ବାଲିଯାତ୍ରାରେ ଅନୁଷ୍ଠିତ ଧନୁଯାତ୍ରାର ନବମ ରଜନୀରେ କାଳୀୟ ଦଳନ ମଞ୍ଚସ୍ଥ ହୋଇଛି । କୃଷ୍ଣକୁ ହତ୍ୟା କରିବା ନିମନ୍ତେ କଂସର ମହାମନ୍ତ୍ରୀ ଓ ସେନାପତି ସହ କୁମନ୍ତ୍ରଣା ଏବଂ ରଙ୍ଗମଞ୍ଚ ସଭାର ଆୟୋଜନ । ମହାରାଜ କଂସଙ୍କୁ ଚନ୍ଦାହାଣ୍ଡି ଗ୍ରାମବାସୀ ଏକ ସୁସଜ୍ଜିତ ରଥରେ ବାଜାବାଜଣା ଓ ହୁଳହୁଳି ଦେଇ ମଥୁରା ନଗରୀକୁ ପାଛୋଟି ଆଣିଥିଲେ । ମହାରାଜ କଂସ ରଙ୍ଗମଞ୍ଚରେ ଉପସ୍ଥିତ ରହି ଜିଲ୍ଲା ପରିଷଦ, ମା ଗୃହ କର୍ମଚାରୀ ଓ ଅଗ୍ନିଶମ ବିଭାଗ କାର୍ମଚାରୀ ମାନଙ୍କୁ ଡାକରା ପଠାଇଥିଲେ । ବର୍ଷାରାଣୀ ପଟେଲ (ଜିଲ୍ଲା ପରିଷଦ ସଭ୍ୟା, ଚନ୍ଦାହାଣ୍ଡି ଜୋନ-୧), ମା ଘର କର୍ମଚାରୀ କ୍ଷୀରମଣୀ ପୂଜାରୀ (ମା ଗୃହ ଅଧ୍ୟକ୍ଷ୍ୟା ଚନ୍ଦାହାଣ୍ଡି), ଗୀତାଞ୍ଜଳି ଚୌହାନ (ମା ଗୃହ ସ୍ୱାସ୍ଥ୍ୟକର୍ମୀ ଚନ୍ଦାହାଣ୍ଡି), କ୍ଷୀରମଣି ସୁନା (ମା ଗୃହ ସ୍ୱାସ୍ଥ୍ୟକର୍ମୀ ଚନ୍ଦାହାଣ୍ଡି) ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ମହେନ୍ଦ୍ର ମିଶ୍ର (ଭାରପ୍ରାପ୍ତ ଅଗ୍ନିଶମ ଅଧିକାରୀ ଚନ୍ଦାହାଣ୍ଡି) ପ୍ରମୁଖ ନିମନ୍ତ୍ରଣ ପାଇ ମହାରାଜଙ୍କ ନିକଟରେ ହାଜର ହୋଇଥିଲେ ।କଂସ ମହାରାଜ ଜିଲ୍ଲା ପରିଷଦ ସଭ୍ୟା, ସମସ୍ତ ମା ଗୃହ କର୍ମଚାରୀ ଓ ଅଗ୍ନିଶମ ବିଭାଗ କାର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ଚନ୍ଦାହାଣ୍ଡି ବ୍ଲକରେ ଉନ୍ନତି ମୂଳକ କାର୍ଯ୍ୟ କରି ଗରିବ ଲୋକକୁ ଉପଯୁକ୍ତ ସେବା ଯୋଗାଇଦେବା ପାଇଁ ନିର୍ଦେଶ ଦେଇଥିଲେ । ମା ଗୃହ କର୍ମଚାରୀ ମାନଙ୍କୁ ମଧ୍ଯ ଚନ୍ଦାହାଣ୍ଡି ଅଞ୍ଚଳର ଗର୍ଭବତୀ ମହିଳା ମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଠିକ ସେହିପରି ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଠିକ ସମୟରେ ଉପଯୁକ୍ତ ସେବା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଜିଲ୍ଲା ପରିଷଦ ଓ ଉଭୟ ବିଭାଗର କାର୍ଯ୍ୟ ସମ୍ପର୍କରେ କଂସ ମହାରାଜା ପଚାରି ବୁଝିଥିଲେ । ଚନ୍ଦାହାଣ୍ଡି ଭଳି ଉପାନ୍ତ ଅଞ୍ଚଳରେ ମୁକ୍ତାକାଶ ରଙ୍ଗମଞ୍ଚରେ ଏକ ପୌରାଣିକ ନାଟକର ଆୟୋଜନ କରି ଅଞ୍ଚଳବାସୀଙ୍କୁ ପୁରାଣ ସମ୍ପର୍କରେ ଭାବାଦର୍ଶ କରାଇଥିବାରୁ ଆୟୋଜକଙ୍କୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି । ଏହି ଧନୁଯାତ୍ରା ଦଶ ଦିନ ଚାଲିବାକୁ ଥିବା ବେଳେ, ଧନୁଯାତ୍ରା ଓ ମୀନାବଜାର ଦେଖିବା ନିମନ୍ତେ ଚନ୍ଦାହାଣ୍ଡି ବ୍ଲକ ସମେତ ସୀମାନ୍ତ ଛତିଶଗତ ଏବଂ ପଡୋଶୀ କଳାହାଣ୍ଡି, ନୂଆପଡା ଜିଲ୍ଲାର ହଜାର ହଜାର ଦର୍ଶକ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଧନୁଯାତ୍ରାକୁ ମନଭରି ଉପଭୋଗ କରିଥିଲେ । ବରଗଡ଼ ଜିଲ୍ଲାର ବରିଷ୍ଠ ନାଟ୍ୟ ଓ ଫିଲ୍ମ କଳାକାର ସୁଶୀଲ ମେହେର କଂସ ଭୂମିକାରେ ଅଭିନୟକରୁଥିବା ବେଳେ, ମହମନ୍ତ୍ରୀ ଭୂମିକାରେ ଶ୍ୟାମ ପୋଢ଼, ସେନାପତୀ ଭୂମିକାରେ ହଂସଧ୍ୱଜ, ନାରଦ ଭୂମିକାରେ ଜପ ଭୋଇ, ବସୁଦେବ ଭୂମିକାରେ ନରସିଂ ରଥ, ଦେବକୀ ଭୂମିକାରେ କାଜଲ ମହାପାତ୍ର, ପୁତୁନା ଭୂମିକାରେ ରିଙ୍କି ଦୀପ, ମହାରାଣୀ ଭୂମିକାରେ ଚାନ୍ଦିନୀ ଯାଦବ, ସାରଥୀ ଭୂମିକାରେ ଜଗବନ୍ଧୁ ପଟ୍ଟନାୟକ, ନୃତ୍ୟ ନିର୍ଦେଶକ ସାଗର, ନୃତ୍ୟାଙ୍ଗନାରେ ଚାନ୍ଦିନୀ, ପୂଜା ଏବଂ ସଂଗୀତାଂଶରେ ଗଜେନ୍ଦ୍ର ଗଣ୍ଡ(ଦୁରଦର୍ଶନ), ଜୟଲାଲ ବାଘ, ସୁଦାମ କୁମ୍ବାର (ଅର୍ଗାନ, ତବଲା, ପେଡ) ପ୍ରମୁଖ କଳା ପ୍ରଦର୍ଶନ କରୁଛନ୍ତି । ଏହି କାର୍ଯ୍ୟକ୍ରମକୁ ଜନସାଧାରଣରେ ଢେର୍ ପ୍ରଶଂସା ମିଳୁଥିବା ଜଣା ପଡ଼ିଛି । ଏହି କାର୍ଯ୍ୟକ୍ରମକୁ ଧନୁଯାତ୍ରା କମିଟି ସଭାପତି ଦୁର୍ଯୋଧନ ପୂଜାରୀ, ସମ୍ପାଦକ କମଲ ପୂଜାରୀ, ରତ୍ନାକର ପୂଜାରୀ (ସୁଶୀଲ), ହିରଣ୍ୟ ମର୍କାମ, ଗୋବିନ୍ଦ ପୂଜାରୀ, କୃଷ୍ଣ ପୂଜାରୀ, କୈଳାଶ ବେହେରା, ଲଳିତ ପାଣ୍ଡେ, ଜଗଦୀଶ ରାଉତ, କୁନୁ ଦଣ୍ଡସେନା, ମୁରଲୀ ମୋହନ ରାଓ, କବେନ୍ଦ୍ର ଜଗତ, ବବି ବିଶୋଇ, ଗୌତମ ଜୈନ, ଉମେଶ ସୁନା, ମୁରଲୀ ସାଗର, ବାସୁଦେବ ସୁନା, ମନୋଜ ମାଝୀ, ଆକାଶ ମାଝୀ, ସୁରୁ ମାଳି, କ୍ରିଷ୍ଣା ପ୍ରମୁଖ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ନଳିନୀ ରଂଜନ ଦାସ ମଞ୍ଚ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.