ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଡାକବିଭାଗ ପକ୍ଷରୁ ଆଜି ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତ ସିକେରକୁପା ସ୍ଥିତ ବଙ୍ଗଳାଠାରେ ଗ୍ରାମୀଣ ଡାକମେଳା ଅନୁଷ୍ଠିତ ହୋଇଯାଇଛି । ଡାକବିଭାଗର ଏଏସପିଓ ବିଜୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର, ସମ୍ମାନିତ ଅତିଥି ଭାବେ ନାଏବ ସରପଞ୍ଚ ଅନଙ୍ଗ ମାଝୀ, ସମିତି ସଦସ୍ୟା ମୁକ୍ତା ଭୋଇ ମଞ୍ଚାସୀନ ଥିଲେ । ଏଥିରେ ପିଏଲ୍ଆଇର ଡିଓ ଅଭିଷେକ ପଣ୍ଡା, କମର୍ସିଆଲ ପ୍ରବୀଣ କୁମାର ରାଉତ, ପ୍ରମୋଦ କୁମାର ନାଗ ପ୍ରମୁଖ ଉପସ୍ଥିତ ଥିଲେ । ଏଇ ଅବସରରେ ଲାଞ୍ଜିଗଡ଼, ବିଶ୍ବନାଥପୁର, ନର୍ଲାରୋଡ଼ ଉପ ଡାକଘର ଅଞ୍ଚଳର ସମସ୍ତ ଗ୍ରାମୀଣ ଡାକସେବକ, ଡାକବିଭାଗର କର୍ମଚାରୀ, ପଞ୍ଚାୟତ ଅଞ୍ଚଳର ୱାର୍ଡସଭ୍ୟ/ ସଭ୍ୟା, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଆଶା କର୍ମୀମାନେ ଉପସ୍ଥିତ ଥିଲେ । ଏଥିରେ ଡାକବିଭାଗର ବିଭିନ୍ନ ବୀମା ଯୋଜନା ସଂପର୍କରେ ଅବଗତ କରାଇବା ସହ ସାଧାରଣ ଲୋକେ ଏହାର ଲାଭ ଉଠାଇବାକୁ ଅଧିକାରୀମାନେ ଆହ୍ବାନ ଦେଇଥିଲେ ।