ଜଙ୍ଗଲରୁ ମହିଳାଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା‌ କେସିଙ୍ଗା ଥାନା ଅନ୍ତର୍ଗତ ନୁନମାଠ ପଞ୍ଚାୟତର ଲମ୍ୱଟି ଜଙ୍ଗଲ ଠାରେ ଆଜି ଏକ ବିବାହିତା ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ ଗୁଣବତୀ ନନ୍ଦ (୩୨), ସେ ନୁନମାଠରେ ବିବାହ କରିଥିଲେ ଓ ତାଙ୍କର ଦୁଇ ପୁଅ ଏବଂ ଗୋଟିଏ ଝିଅ ଥିବା ଜଣାପଡିଛି । ହେଲେ ଯେଉଁ ଢଙ୍ଗରେ ତାଙ୍କର ମୃତ ଦେହ ମିଳିଛି, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବିବାହିତା ମହିଳା ଜଣକ ତାଙ୍କ ସ୍ଵାମୀଙ୍କ ପ୍ରଥମ ସ୍ତ୍ରୀ । ମୃତ ମହିଳାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ଜ୍ବାଇଁ (ଗୁଣବତୀଙ୍କ ସ୍ଵାମୀ) ହତ୍ୟା କରିଛି । ପୂର୍ବରୁ ମଧ୍ୟ ଥରେ ଆମ ଝିଅକୁ ନିର୍ଯାତନା ଦିଆଯାଇଥିଲା ଯାହା ଫଳରେ ଝିଅ କିଛି ଦିନ ପାଇଁ ଆମ ଘରେ ଆସି ରହିଥିଲା ବୋଲି ମୃତ ମହିଳାଙ୍କ ମା’ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ପୋଲିସ ଓ କେସିଙ୍ଗା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ଜବତ ହୋଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.