ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ସମ୍ପ୍ରତି ଗ୍ରୀଷ୍ମପ୍ରକୋପ ବୃଦ୍ଧି ପାଉଥିବା ବେଳେ ଛାତ୍ରଛାତ୍ରୀମାନେ ଡହକ ବିକଳ ହେଉଛନ୍ତି । ପୂର୍ବାହ୍ନ ୯ ଟାରୁ ଖରା ତେଜ ଅଧିକ ରହୁଥିବାରୁ ବାହାରକୁ ବାହାରିବାକୁ ଡର ଲାଗୁଛି । ଏପରି କ୍ଷେତ୍ରରେ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଗ୍ରୀଷ୍ମ ଛୁଟିକୁ ଜୁନ ପର୍ଯ୍ୟନ୍ତ ନ ନେଇ ଏବେଠୁ ଛୁଟି ଘୋଷଣା କରିବା ଉଚିତ । ଏହାକୁ ନେଇ ବିଶିଷ୍ଟ ଯୁବ ବାଲୁକା ଶିଳ୍ପୀ ଓମପ୍ରକାଶ ସାହୁ ବାଲୁକା କଳାରେ ଏକ ସୁନ୍ଦର ଚିତ୍ର ଅଙ୍କନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।