କ୍ଲଷ୍ଟର ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଲାଞ୍ଜିଗଡ ରୋଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ତାଲିମ କାର୍ଯ୍ୟକ୍ରମରେ ଲାଞ୍ଜିଗଡରୋଡ଼, ମସ୍କାଗୁଡା, ଗୋବର୍ଦ୍ଧନପୁର ଓ ଭଟାଙ୍ଗପଦର କ୍ଲଷ୍ଟରର ୬୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ। ଲାଞ୍ଜିଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଜୀବ କୁମାର ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମରେ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମ ଲୋଚନ ସୁନା ଓ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରସ୍ୱତୀ ସାହୁ ଯୋଗଦାନ କରିଥିଲେ। ଜିଲ୍ଲା ସାଧନ କର୍ମୀ ଜିତେନ୍ଦ୍ର କୁମାର ବିଶ୍ବାଳ ଓ ଗୋବର୍ଦ୍ଧନପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତପନ କୁମାର ଭୋଇ ତାଲିମ କାର୍ଯ୍ୟକ୍ରମକୁ ପରିଚାଳନା କରି ପ୍ରତ୍ୟେକ ଛାତ୍ର ଛାତ୍ରୀ କିପରି ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା ହାସଲ କରିବେ ସେ ସମ୍ପର୍କରେ ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଆଞ୍ଚଳିକ ସାଧନ କର୍ମୀ ପ୍ରକାଶ ଚନ୍ଦ୍ର ପଧାନ, ଭାରତ ଭୂଷଣ ସାହୁ, ଏମ. ସୁନ୍ଦର ଶେଖର, ଗୁରୁ ଗୋବିନ୍ଦ ମହାନ୍ତି, ବିଜୟ କୁମାର ରାୟ, ତ୍ରିନାଥ ଶ୍ୟାମ କୁମାର, ସୌଭାଗ୍ୟ ରଞ୍ଜନ ସାହୁ ଓ ଜ୍ୟୋତିର୍ମୟୀ କାଞ୍ଚନବାଲା ମହାରଣା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏଭଳି ତାଲିମ କାର୍ଯ୍ୟକ୍ରମ ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ବିଶ୍ୱନାଥପୁର, ବେନ ଗାଁ ଓ ଲାଞ୍ଜିଗଡ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ହେବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.