ଭଟାଙ୍ଗପଦର 5-T ସ୍ମାର୍ଟ ସ୍କୁଲ ପରିଦର୍ଶନ କଲେ ଲାଞ୍ଜିଗଡ଼ ବିଧାୟକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦର ଉଚ୍ଚ ବିଦ୍ୟାଳୟର ୫ଟି ରୁପାନ୍ତରିକରଣ ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ ଏହାର ପରିଦର୍ଶନ ସହିତ ତଦାରଖ କରିଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ। ବିଧାୟକ ଶ୍ରୀ ଦିଶାରୀ ଭଟାଙ୍ଗପଦର ପରିଦର୍ଶନ କରିବା ସହିତ ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ। ବିଦ୍ୟାଳୟ ପରିସରରେ ପହଁଚିବା ପରେ ତାଙ୍କୁ ଭଟାଙ୍ଗପଦର ସମିତି ସଦସ୍ୟ ରୁପେନ ଛତ୍ରିଆ ତଥା ବିଦ୍ୟାଳୟ କତୃପକ୍ଷ ଭବ୍ୟ ସ୍ଵାଗତ କରିଥିବା ବେଳେ ବିଧାୟକ ବିଦ୍ୟାଳୟ ପରିସର ବୁଲି ଦେଖିବା ସହିତ ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କରି ବିଭାଗୀୟ କତୃପକ୍ଷଙ୍କୁ ଏହାର ସିଘ୍ର କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଧାୟକ ଶ୍ରୀ ଦିଶାରୀଙ୍କ ସହିତ ବିଧାୟକ ପ୍ରତିନିଧି ରୁତୁରାଜ ମାଝୀ, ଆଶୁତୋଷ ପୁରୋହିତ, ମିଟୁ ପାତ୍ର ପ୍ରମୁଖ ଉପସ୍ଥିତ ରହି ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.