ସାଧାରଣରେ ଅସନ୍ତୋଷ, ସଂଦେହ ଘେରରେ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟଧାରା
ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ରେଙ୍ଗାଲପାଲି ପଞ୍ଚାୟତର ଡଙ୍ଗରୀଗୁଡା ଠାରେ ନିର୍ମାଣ ହୋଇଥିବା ମାର୍କେଟ କମ୍ପ୍ଲେକ୍ସ ବିନା ନିଲାମରେ ଜୈନେକ ପ୍ରଭାବଶାଳୀ ବ୍ୟବସାୟୀଙ୍କୁ ପ୍ରଦାନ କରାଯାଇଛି । ଯାହାକୁ ନେଇ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ସୂଚନା ଅନୁସାରେ, ରେଙ୍ଗାଲପାଲି ପଞ୍ଚାୟତ ଦ୍ୱାରା ଡଙ୍ଗରୀଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଏକ ମାର୍କେଟ କମ୍ପ୍ଲେକ୍ସରେ ୪ଟି ଗୃହ ନିର୍ମାଣ ହୋଇଛି । ଉଦ୍ଦେଶ୍ୟ ଥିବା ବେରୋଜଗାର ଗରୀବ ଯୁବକ ଯୁବତୀ ତଥା କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ମାର୍କେଟ କମ୍ପ୍ଲେକ୍ସ ଗୃହ ଲିଜ୍ ଆକାରରେ ପ୍ରଦାନ କରି ସ୍ୱାବାଲମ୍ବି କରିବା । ହେଲେ ଏମାନଙ୍କୁ ପ୍ରଦାନ ନକରି ଉକ୍ତ ମାର୍କେଟ କମ୍ପ୍ଲେକ୍ସର ୪ଗୋଟି ଗୃହକୁ ପଞ୍ଚାୟତ କତୃପକ୍ଷ ବିନା ନିଲାମରେ ଜୈନେକ ପ୍ରଭାବସାଳୀ ବ୍ୟବସାୟୀଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ଯେଉଁ ୪ଟି କୋଠରୀ ୪ ଜଣଙ୍କ ପାଇ ଆତ୍ମନିର୍ଭରଶୀଲ ବା ସ୍ୱାବାଲମ୍ବି ହୋଇପାରନ୍ତେ ସେହି ସ୍ଥାନରେ ଜଣେ ବିତ୍ତସାଳୀ ବ୍ୟବସାୟୀଙ୍କୁ ସମସ୍ତ କୋଠରୀ ବିନା ନିଲାମରେ ହସ୍ତାନ୍ତର କରିବା ପ୍ରଶାସନିକ ଅଧିକାରୀଙ୍କୁ ସନ୍ଦେହ ଘେରକୁ ଆଣିଛି । ତେବେ କେଉଁ ଉଦ୍ଦେଶ୍ୟରେ ପଞ୍ଚାୟତ କତୃପକ୍ଷ କମ୍ପ୍ଲେକ୍ସକୁ ବିନା ନିଲାମରେ ଏହି ପ୍ରଭାବସାଳୀ ବ୍ୟବସାୟୀଙ୍କୁ ପ୍ରଦାନ କରିଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ବ୍ୟବସାୟୀ ଜଣକ କାହା ଅନୁମତିରେ ସରକାରୀ ଗୃହରେ ବେସରକାରୀ କମ୍ପାନୀର ବିଜ୍ଞାପନ ପେଣ୍ଟ କରି ନିଜର ବ୍ୟବସାୟ କରି ଚାଲିଛନ୍ତି । ତେବେ ଏହି କମ୍ପ୍ଲେକ୍ସକୁ ଭଡା ଆକାରରେ ପ୍ରଦାନ କରି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁନାଫା କମାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏନେଇ ରେଙ୍ଗାଲପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିରଞ୍ଚି ଖର୍ସେଲଙ୍କୁ ପଚାରିବାରୁ କମ୍ପ୍ଲେକ୍ସର ନିଲାମ ହୋଇନାହିଁ । ହେଲେ ଜଣେ ବ୍ୟବସାୟୀ ସିମେଣ୍ଟ ରଖିଛନ୍ତି, ଆଉ ଭଡା ହିସାବରେ ଟଙ୍କା ମଧ୍ୟ ପ୍ରାଦନ କରୁଛନ୍ତି । କମ୍ ଦିନ ମଧ୍ୟରେ ଅନ୍ୟ ଲୋକ ମାନଙ୍କୁ ନିଲାମ ଆକାରରେ କମ୍ପ୍ଲେକ୍ସ ଗୃହ ଦିଆଯିବ ବୋଲି କହିଛନ୍ତି ।





