ସେଣ୍ଟ ଜାଭିୟର ସ୍କୁଲ ଓ ପାରିଶ ସ୍ଥାପନର ରୌପ୍ୟ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଋତୁଙ୍ଗିଆ ପଞ୍ଚାୟତର କରମୁଣ୍ଡା ଠାରେ ସେଣ୍ଟ ଜାଭିୟର ସ୍କୁଲ ଓ ପାରିଶ ସ୍ଥାପନର ୨୫ବର୍ଷ ପୂର୍ତ୍ତି ଅବସରରେ ଧୁମଧାମରେ ରୌପ୍ୟଜୟନ୍ତୀ ପାଳିତ ହୋଇଛି । ଏହି ପାରିଶ ବିଦ୍ୟାଳୟଟି ୧୯୯୫ ମସିହାରେ କରମୁଣ୍ଡା ଠାରେ ପ୍ରଥମେ ଆରମ୍ଭ ହୋଇଥିଲା ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ ହୋଇ ଏବେ ଦଶମ ଶ୍ରେଣୀ ପଯ୍ୟନ୍ତ ପିଲା ମାନେ ପାଠ ପଢୁଛନ୍ତି । ପ୍ରତି ବର୍ଷ ଏହି ବିଦ୍ୟାଳୟରେ ୯୯% ପିଲା ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସମଗ୍ର କନ୍ଧମାଳ ଜିଲ୍ଲାର ଟେକ ରଖି ଆସୁଛି । ଏହି ବିଦ୍ୟାଳୟଟି ସେଣ୍ଟ ଜାଭିୟର ସ୍କୁଲ ପାରିଶ କରମୁଣ୍ଡାରେ ଶିକ୍ଷା ଅର୍ଜନ କରି ବହୁ ଛାତ୍ର ଛାତ୍ରୀ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଏହି ଅବସରରେ କଟକ, ଭୁବେନେଶ୍ୱର ମହାଧର୍ମ ପ୍ରଦେଶର ମହାଧର୍ମାଧ୍ୟକ୍ଷ ଯୋହନ ବାରୱା ଏସ.ଭି.ଡ଼ି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ମହା ପବିତ୍ର ଦିବ୍ୟଯଜ୍ଞରେ ପୌରହିତ୍ୟି କରି ଦିବ୍ୟଯଜ୍ଞ ଉତ୍ସର୍ଗ କରିଥିଲେ ।

ଏହି ରୌପ୍ୟଜୟନ୍ତୀରେ ଯୀଶୁଏଟ ସଂଘର ମୁଖ୍ୟ ପ୍ରୋଭିନସିଆଲ ଯୋଗ ଦେଇଥିବା ବେଳେ ଅନେକ ଯାଜକ ଓ ସେବା ଭଗ୍ନି ମାନେ ମଧ୍ୟ ଉକ୍ତ ଦିବ୍ୟଯଜ୍ଞରେ ଉପସ୍ଥିତ ଥିଲେ । ପାରିଶର ମୁଖ୍ୟ ଯାଜକ ରୋମାନ୍ସ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଫାଦେର ଭିକ୍ଟୋର, ଫାଦେର ସିଲଭେରିୟସ, ଫାଦେର ମନହୋର, ପି ପି ସି ସେକ୍ରେଟେରୀ ରତ୍ନାକର ଦିଗାଳ, ସଭାପତି ପ୍ରବୋଦ ପ୍ରଧାନ, ଶିକ୍ଷକ ତରୁଣ ପ୍ରଧାନ, ସମେତ ପାରିଶର ମୁଖ୍ୟ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁନୀଲ କୁମାର ପ୍ରଧାନ, ସୁଜିତ ନାୟକ, ସୁରେଶ ପ୍ରଧାନ, ସୀମନ ପ୍ରଧାନଙ୍କ ସମେତ ଏହି ସେଣ୍ଟ ଜେଭିୟର ସ୍କୁଲର ପୁରାତନ ଛାତ୍ର ଛାତ୍ରୀ ଏବଂ ଅଭିଭାବକ, ବୁଦ୍ଧିଜୀବୀ ସହିତ ଗ୍ରାମବାସୀମାନେ ଯୋଗଦାନ କରିଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.