କବିତା: ଆମ୍ରପଲ୍ଲୀର ଅନ୍ତର୍ଦ୍ବନ୍ଦ

ଇତସ୍ତିତ ହୋଇ ଜୀବନ ସମରେ,
ଆମ୍ରପାଲ୍ଲୀ ଖୋଜେ ମୁକ୍ତିର ପଥ,
ଦୂରରେ ନଗର ସବୁ ମାୟା ଡୋର,
ମଣିଷର ମୋହ, ମିଥ୍ୟା ଶପଥ ।

Omkar Vasthu
Omkar Vasthu

ପଡଇ ମଳିନ ଶରୀର ଶୃଙ୍ଗାର
ବୈଶାଳୀର ବଧୂ ହୁଏ ଅଜ୍ଞାତ,
ତନୁରୁ ତାହାର ତ୍ୟଜେ ଆଭୂଷଣ,
ବୟସର ଘାତେ ହୋଇ ଆହତ ।

Pearl dental clinic
Near Ashish Medical Store, Bhawanipatna

ହୁଏ ଆନ୍ଦୋଳିତ ମନର ଚିନ୍ତନ,
କେଉଁଠାରେ ଶାନ୍ତି ହୋଇବ ପ୍ରାପ୍ତ,
ଜୀବନ ଚକ୍ରର ଭୟ ଘେରି ଯାଏ,
ଶରୀର ସୁଖ ହୋଇଲେ ସମାପ୍ତ ।

Udyog Nursery
Udyogi Nursery

ତରୁ ମୂଳେ ବସି ଶାନ୍ତ ଶାକ୍ୟ ମୁନି,
ଜ୍ଞାନାଲୋକର କରନ୍ତି ପ୍ରକାଶ,
‘ଜନ୍ମ ମୃତ୍ୟୁ ଉର୍ଦ୍ଧେ ନିର୍ବାଣର ମାର୍ଗ’,
ପୁନଃ ଜନ୍ମକୁ କରଇ ବିନାଶ ।

କାମନା ନିଆଁରେ ଦଗ୍ଧ ହୁଏ ତୃଷା,
ବିତୃଷ୍ଣା ତହିଁରୁ ହୁଅଇ ଜାତ,
ଭାରାକ୍ରାନ୍ତ ହୋଇ ଜୀବନ ବୋଝରେ,
ଲୋଡ଼େ ଅବଳା ବୁଦ୍ଧଙ୍କର ପଥ । ।

✒️ରଞ୍ଜିତ କୁମାର ସାହୁ

ଯୁକ୍ତରାଷ୍ଟ୍ର ଆମେରିକା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.