ଦଣ୍ଡପାଟ ଯୁବ ସେବା ସଂଗଠନ ପକ୍ଷରୁ ବେହେରାରେ ବାଇକ୍ ଷ୍ଟାଣ୍ଡ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ ବ୍ଲକ ବେହେରା ଗୋରୁବଜାର ସମ୍ମୁଖରେ ଦଣ୍ଡପାଟ ଯୁବ ସେବା ସଂଗଠନ ତରଫରୁ ଏକ ବାଇକ୍ ଷ୍ଟାଣ୍ଡର ବ୍ୟବସ୍ଥା କରାଯାଇଛି। ବିଗତ କିଛି ସପ୍ତାହ ମଧ୍ଯରେ ଗୋରୁବଜାର ପାଖରୁ ବାଇକ ଚୋରି ଘଟଣା ସାମ୍ନାକୁ ଆସୁଥିଲା। ଦଣ୍ଡପାଟ ଯୁବ ସେବା ସଂଗଠନ ସଭାପତି ଭବେଷ ଗଇଁତା ଶୃଙ୍ଖଳା ଦୃଷ୍ଟିକୁ ଗୁରୁତ୍ବ ଦେଇ କୋକସରା ଥାନା ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ଥାନା ଅଧିକାରୀ ମଧ୍ଯ ସହଯୋଗ କରିବା ବୋଲି କଥା ଦେଇ ଆଜି ଦୁଇ ଜଣ ପୋଲିସ ପଠେଇଛନ୍ତି। ଲୋକେ ମଧ୍ଯ ସଚେତନ ଭାବେ ନିଜ ବାଇକ ଷ୍ଟାଣ୍ଡରେ ରଖୁଛନ୍ତି। ବେହେରା ଗୋରୁବଜାର ହେଉଛି କଳାହାଣ୍ଡିର ଏକ ବଡ ବଜାର। ପାଖ ଛତିଶଗଡ ରାଜ୍ୟ ତଥା ପଡୋଶୀ ନବରଙ୍ଗପୁର ଜିଲ୍ଲାରୁ ହଜାର ହଜାର ଗ୍ରାହକ ଗାଇ, ଛେଳି, ମେଣ୍ଡା କିଣିବା ପାଇଁ ଏଠାକୁ ଆସିଥାନ୍ତି। ବାଇକ ଷ୍ଟାଣ୍ଡ ଦାଇତ୍ୱରେ ରାହୁଲ ନାଏକ, ବିଷ୍ଣୁ ଗୋପାଳ ଓ ବିରଞ୍ଚି ଗୋପାଳ ଥିବା ବେଳେ ସଂଗଠନର ସମ୍ପାଦକ ଭୁଜବଳ ନାଏକ, ସହ ସମ୍ପାଦକ ଶୁଶିଲ ଚନ୍ଦ୍ର ନାଗ, ଭିକାରୀ ଚରଣ ଗୋପାଳ, ତ୍ରିଲୋକ ସିଂ, ରିଖୀରାମ ମେହେର ପ୍ରମୂଖ ସହଯୋଗ କରଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.